STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ତିନି ବାନର

ତିନି ବାନର

1 min
12K

           

ସତ କହିବାକୁ କିଆଁ ଡରିବି

ସତ କହି ପଛେ ମଲେ ମରିବି

ସତ୍ୟ ପଥରୁ ଓହରି ନଯିବି ।

ଏହି କଥାକୁ କିଏସେ ମାନୁଛି

କହ କିଏ ଅବା ସତ କହୁଛି  ।

କୁତ୍ସା ରଟନା ନକର ମୁଖରେ

ଚାଲ ସତ୍ୟ ଧର୍ମ କର୍ମ ପଥରେ ।

ଯେଉଁ ମର୍କଟ ମୁହଁକୁ ହାତରେ 

ଚାପି ରଖିଛି ଆମକୁ ବତାଏ 

ତା’ର ସୁନ୍ଦର ଅମୀୟ ବାର୍ତ୍ତାରେ ।।


କେବେ ନିନ୍ଦା ଅପବାଦ ବଚନ

ଶୁଣ,ନାହିଁ ଡେରି ତୋ ମନ,କାନ

ଶୁଣିଲେ ବିପତ୍ତି କରେ ଆଚ୍ଛନ୍ନ ।

ମିଥ୍ୟାଚାରୀ ନର ଗୁଜବ ବାଣୀ

ପାପ ଭାରେ ଧର୍ମ ବଦଳେ ପୁଣି ।

ନିଜ ବିପଦ କୁ ନିଜେ ଡାକିବା

ସମ ସମାନ ସେକଥା ଶୁଣିବା ।

କାନ ଚାପି ରଖି କପି ମାନବେ

ଏହି ବାରତା ଦେଉଛି ସରବେ

ନଭୁଲ ତୁ ବାବୁ ଆତ୍ମା ଗରବେ।।


ଦୁଷ୍ଟ, ନଷ୍ଟ ଅପବାଦ କୁତ୍ସିତ

କାମେ କପି କହେ କର ବର୍ଜିତ

ତେବେ ଯାଇ ତୁମେ ହେବ ଆଦୃତ ।

ଆଖି ଚାପି ଧରି ସେହି ବାନର

ଦେଖ ଦିଅଇ ଏପରି ଖବର ।

ଏହି ତିନିଗୋଟି ଗାନ୍ଧୀ ମାଙ୍କଡ

ସତ୍ୟ ଧର୍ମ କର୍ମ ପଛେ ଆମର ।

ସଦା ଅଛନ୍ତି ରଟନ୍ତି ଏକଥା

ମାନବ ଜୀବନୁ ତୁଟାଇ ଚିନ୍ତା 

ଦେଇ ସମାଜକୁ ଭବ୍ୟ ବାରତା ।।



Rate this content
Log in