STORYMIRROR

sudhakar sethi

Others

3  

sudhakar sethi

Others

ତୀର୍ଥ ତ୍ରୀଵେଣୀ

ତୀର୍ଥ ତ୍ରୀଵେଣୀ

1 min
11.7K


ତୀର୍ଥ ତ୍ରୀବେଣୀ ବୁଡ଼

ଆମ ପରମ୍ପରା ଆମ ସଂସ୍କୃତି

ଅଦ୍ବିତୀୟ ସ୍ଥାନ ଆର୍ଯ୍ୟାବର୍ତ୍ତର

ତୀର୍ଥ ତ୍ରୀବେଣୀ ବୁଡ଼ ।


ତିନି ଚିରସ୍ରୋତା ନଦୀର ସଙ୍ଗମ

ନିୟୁତ ନିୟୂତ ବରଷ ସାଖି

ନଦୀ ସଭ୍ୟତାର ସେ ଗରିୟାନ ଗାଥା 

ପ୍ରକୃତି ହୃଦେ ରଖିଛି ସାଇତି।


ଯୁଗେଯୁଗେ ଏ ପବିତ୍ର ପିଠ

ଋଷି ମୂନିଙ୍କ ଆବାସ ସ୍ଥଳୀ

ଅଥର୍ବ ଵେଦର ପିପଳାଦ ଶାଖା ମୁଖ୍ୟ

ତାର ପ୍ରମାଣ ଦେଉଛି କହି ।


ଅନତି ଦୁରେ ଗୁପ୍ତ ବୃନ୍ଦାବନ

ଦିଶେ ଗୋପିନାଥଙ୍କ ଧ୍ବଜା

କ୍ଷେତ୍ରେକ୍ଷେତ୍ରେ ଏଠି ପବିତ୍ରତା ଭରା

ଭରିଛି ସ୍ବର୍ଗୀୟ ସୁଷମା।


କେତେ କିମ୍ବଦନ୍ତୀ କେତେ ଲୋକକଥା

ପିଠର ମାହାତ୍ମ୍ୟ ଜନ ମାନସେ

କ୍ଷଣିକ ଅବଲୋକନେ ସେ ସ୍ବର୍ଗୀୟ ଭାବ

ହୃଦୟ ଫାଙ୍କରୁ ଦିଶେ ।



Rate this content
Log in