Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ratinarayan Rout

Others

3  

Ratinarayan Rout

Others

ତୀର୍ଥ ଭ୍ରମଣର ଲାଭ

ତୀର୍ଥ ଭ୍ରମଣର ଲାଭ

1 min
183



ଈଶ୍ୱର ସୃଷ୍ଟିରେ    ମାନବ ଅଟଇ

    ଶ୍ରେଷ୍ଠ ପ୍ରାଣୀ ଏ ଜଗତେ

ଚକ୍ଷୁ କର୍ଣ୍ଣ ନାସା   ପାଦ ହସ୍ତ ଦେଇ

    ବୁଦ୍ଧି ବିବେକ ସହିତେ ।


ପାଞ୍ଚ ମନ ଆଉ     ପଚିଶି ପ୍ରକୃତି

    ସେହି ଖଞ୍ଜି ରଖି ଅଛି

ମନ ବିବେକର    ଟଣା ଘୋଷାରକୁ

     ଆତମା ପାରଖୁ ଅଛି ।


ମନ ଇସାରାରେ  ଚାଲେ ଯେଉଁ ଜନ

     ତମସିକ ସେ ହୁଅଇ

ବିବେକ ସାଥିରେ  ଚାଲିଲେ ଖୁସିରେ

      ସାତ୍ତ୍ଵିକ ଭାଵ ଆସଇ ।


ସାର୍ଥକ ହୁଅଇ    ଚକ୍ଷୁଟି ତାହାର

     ତୀର୍ଥ ଦରଶନ କଲେ

ପାଦଯେ ପବିତ୍ର   ହୁଅଇ ଭ୍ରମଣେ

    ଦେବ ପୀଠେ ପାଦ ଦେଲେ ।


ହସ୍ତଟି ଯାହାର   ସତ ଧନ ଦେଇ

   ତୀର୍ଥ କ୍ଷେତ୍ରେ ଦାନ କଲେ

ମନ ବୁଦ୍ଧି ସବୁ     ହୁଅଇ ପବିତ୍ର

   ଅସହାୟ ଜନେ ଦେଲେ ।


ତୀର୍ଥ ଭ୍ରମଣରେ  ଆତମ ସନ୍ତୋଷ

     ଲଭିଥାନ୍ତି ସବୁ ନରେ

ଯୋଗୀ ହେଉଅବା ସଂସାରୀ ଜନସେ

     ଅଛନ୍ତି ଏ ମହୀ ଠାରେ ।


Rate this content
Log in