Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hitendra Mohanta

Others

3  

Hitendra Mohanta

Others

ତି ତ୍ ଲି

ତି ତ୍ ଲି

1 min
6.8K



ପ୍ରତୀକ୍ଷାର ଅନ୍ତ ଘଟାଇ ତିତିଲି

ପଡେ ଓଡିଶାରେ ଛିଣ୍ଡି

ପ୍ରଜାପତି ନୁହଁ ଚୁମିବ ଫୁଲକୁ

ଫିଙ୍ଗିଲା ଗଛ ଉପାଡି ( ୧ )

ଅତି ଭୟାନକ ବିକଟାଳ ରୂପ

ଦୁର୍ଦ୍ଦାନ୍ତ ସମୁଦ୍ର ଝଡି

ପ୍ରଚଣ୍ଡ ଧୋକ୍କାରେ ନିରୀହ ଜନତା

ପଡିଲେ ମାଟି କାମୁଡି ( ୨ )

ପବନର ବେଗ ଘଟାଇ ପ୍ରଳୟ

ତାଣ୍ଡବ ରଚିଲା ଭିଡି

ବର୍ଷା ପ୍ରକୋପରେ ଉପକୂଳବର୍ତ୍ତୀ

ଆଣ୍ଠେଇଲା ଝୁଣ୍ଟି ପଡି ( ୩ )

ଧୋଇ ପୋଛି ନେଲା ଗୋଲାପୀ ସ୍ୱପ୍ନକୁ

ସୁଖ ସଂସାର ଉଜାଡି

ହା ହା କାରେ ଶୁଭେ ଆର୍ତ୍ତ ତ୍ରାଣ ନାଦ

ବାତ୍ୟା ଗଲା ପରେ ଛାଡି ( ୪ )

ମହାବାତ୍ୟା ପୁଣି ଫାଇଲିନ୍ ହୁଡୁହୁଡୁ

ଅ‍ାସିଛନ୍ତି ବେଳ ଉଣ୍ଡି

ନଣ୍ଡା କରିଛନ୍ତି ଓଡିଶା ମୁଣ୍ଡକୁ

ଓଡିଆଙ୍କୁ ଦେଇ ଭଣ୍ଡି ( ୫ )

ଭଣ୍ଡି ଦେବ ସତ ବେଳ କାଳ ଉଣ୍ଡି

ନୋହୁଁ କିନ୍ତୁ ହୁଣ୍ଡା ହୁଣ୍ଡି

ଧ୍ୱଂସକାରୀ ନାମେ ପରିଚିତ ତମେ

ଏ ମା ମାଟି ସୃଷ୍ଟି ମଣ୍ଡି ( ୬ )


Rate this content
Log in