ଥୁଣ୍ଟାଗଛ
ଥୁଣ୍ଟାଗଛ
1 min
171
ଜୀବନ ତମାମ ସମର୍ପି ଦେଇଛି
ଦେବାରେ ବିଶ୍ୱାସ ରଖି
ଥୁଣ୍ଟା ହେଲି ବୋଲି ଖୁଣ୍ଟା ଦେଉଅଛ
ମାରୁଛ ବିଦ୍ରୂପ ଆଖି।।
ଡାଳ ପତ୍ର ଦେଇ ଫଳ ମୂଳ ଦେଇ
ଦେଇଛି ଖାଦ୍ୟ ପାନୀୟ
ମୋରି କାଠରେ ହାଣିଛ ମତେରେ
କଲ ଏତେ ଦୟନୀୟ।।
ଜଗତ ହିତରେ ଜୀବନ ଜୀଇଁଲି
ସେ ଜଗତ ବୁଝେ ନାହିଁ
ଜଗତ କରତା ଥୁଣ୍ଟାଗଛଟିର
କଥା କି ଶୁଣିବ ନାହିଁ।।
ଆର ଜନମକୁ ଗଛ ନ କରିବ
ମଣିଷ କରିବ ମତେ
ଜଣ ଜଣ କରି ସଭିଙ୍କୁ କହିବି
ଗଛ ଉପକାର ଯେତେ।।
ଯାହା ପାଇଁ ଏଠି ବହଇ ସମୀର
ଅମ୍ଳଜାନ ମିଳୁଅଛି
ଯାହାପାଇଁ ଏହି ଜୀବ ଜଗତରେ
ପ୍ରାଣବାୟୁ ଚାଲୁଅଛି।।
