STORYMIRROR

Puspanjali Panda

Others

4  

Puspanjali Panda

Others

ଥୁଣ୍ଟାଗଛ

ଥୁଣ୍ଟାଗଛ

1 min
166

ଜୀବନ ତମାମ ସମର୍ପି ଦେଇଛି

ଦେବାରେ ବିଶ୍ୱାସ ରଖି

ଥୁଣ୍ଟା ହେଲି ବୋଲି ଖୁଣ୍ଟା ଦେଉଅଛ

ମାରୁଛ ବିଦ୍ରୂପ ଆଖି।।


ଡାଳ ପତ୍ର ଦେଇ ଫଳ ମୂଳ ଦେଇ

ଦେଇଛି ଖାଦ୍ୟ ପାନୀୟ

ମୋରି କାଠରେ ହାଣିଛ ମତେରେ

କଲ ଏତେ ଦୟନୀୟ।।


ଜଗତ ହିତରେ ଜୀବନ ଜୀଇଁଲି

ସେ ଜଗତ ବୁଝେ ନାହିଁ

ଜଗତ କରତା ଥୁଣ୍ଟାଗଛଟିର 

କଥା କି ଶୁଣିବ ନାହିଁ।।


ଆର ଜନମକୁ ଗଛ ନ କରିବ 

ମଣିଷ କରିବ ମତେ

ଜଣ ଜଣ କରି ସଭିଙ୍କୁ କହିବି

ଗଛ ଉପକାର ଯେତେ।।


ଯାହା ପାଇଁ ଏଠି ବହଇ ସମୀର

ଅମ୍ଳଜାନ ମିଳୁଅଛି

ଯାହାପାଇଁ ଏହି ଜୀବ ଜଗତରେ

ପ୍ରାଣବାୟୁ ଚାଲୁଅଛି।।


Rate this content
Log in