Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hasyamayee Raj

Others

3  

Hasyamayee Raj

Others

ଥରେ ନିଜକୁ ପଚାର

ଥରେ ନିଜକୁ ପଚାର

1 min
401



କାହିଁକି ପୋଡୁଛ ରାବଣ ?

ନିଜ ଭିତରେ ତ

ଅହରହ ଚାଲେ

ଯୁଦ୍ଧ ରାମ, ରାବଣର

ତା ଭିତରେ ଜିତେ କିଏ

ହାରେ କିଏ ?

ଥରେ ତ ନିଜକୁ ପଚାର ।

କେବେ ଥରେ ପଚାରିଛ

ତମେ ରାବଣ ଅବା ମହିଷାସୁର

ନା ଏକ ସଭ୍ଯ ମଣିଷ

ଏ ସମାଜର ।

ସୂର୍ଯ୍ୟଦୟରୁ ସୂର୍ଯ୍ୟାସ୍ତ

ଅବଧି ଗୋଟିଏ ଦିନର 

ଥରେ ନିଜକୁ ସମୀକ୍ଷା କରିବାକୁ

ପାଇଛ କି ପୂଣ୍ୟ ଅବସର ? 

ତମେ କେତେ ଭୂଲ୍

ତମେ କେତେ ଠିକ୍

ଆଜିର ଭାଷା କ'ଣ ତୁମ ହୃଦୟର । 

ଦୁଃଖ ଦେଇଛ ନା ସୁଖ ଭରିଛ ? 

ଲୁହ ବିକିଛ ନା ହସ କିଣିଛ  ??

କାହାରି ମନରେ ରହିଛକି କରି ଘର

ଅବା ଆଙ୍କିଦେଇଛ କି କିଛି

ଅଲିଭା ସ୍ବାକ୍ଷର... 

ଖାଲି ଦେଖେଇ ଚାଲିଛ

ଆତ୍ମବଡିମା ଓ ଅହଂକାର ।

ଆରେ ଏଠି କିଏ ବଡ ?

କେବଳ ଜିତାପଟ ହୁଏ

ମହାନ୍ ହୃଦୟର .... 

ରାବଣ ପୋଡିବା ଆଗରୁ

ପାରୁଚ ତ ଥରେ

ନିଜ ହୃଦୟକୁ ମାପ... 

ତମ ଭିତରେ ଆଜି

କେତେ ରାବଣର ଭିଡ..

ମୁକୁଳି ପାରିବକି  ???

ଚୁପ୍ ରୁହ କାହିଁକି

ଥରେ ତ ଦିଅ ଉତ୍ତର ।।

ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)

ଓରାଳି, ହାଟଡିହି, କେନ୍ଦୁଝର ।


Rate this content
Log in