Chittaranjan Parida

Others

4.5  

Chittaranjan Parida

Others

ଥରେ ଦେଖିଯାଅ ବାପୁ

ଥରେ ଦେଖିଯାଅ ବାପୁ

1 min
287


ତୁମର କଳ୍ପିତ ରାମରାଜ୍ୟ ଭାରତ

ବୁଲି ଥରେ ଦେଖିଯାଅ ବାପୁ,

କ'ଣ ଆଉ କେମିତି ଚାଲିଛି ଏ ଦେଶ

ଯେଉଁଠି ଭଦ୍ରମୁଖାରେ ରିପୁ ।


ଏଠି ନେତା ହେଉ କି ଅଭିନେତା ହେଉ

ମନ୍ତ୍ରୀ ସା°ସଦ ଅବା ଅମଲା,

କେମିତି ନାରୀକୁ ଇଜ୍ଜତ, ମା'କୁ ସମ୍ମାନ

ଦେବାକୁ ଯାଇ କରନ୍ତି ପାଲା ।


ଚାକିରୀ ଦେବାର ଲୋଭେ ହେଙ୍ଗୁ ଶୁଙ୍ଘାଇ

ନାରୀ ଇଜ୍ଜତ କରନ୍ତି ଲୁଟ୍,

ଗରିବ ପୁଅଟି ସବୁ ସମ୍ପତ୍ତି ବିକି

ଦଲାଲ ହାତେ ଦିଅଇ ନୋଟ୍ ।


ଶାସକ ହେଉ ଅବା ପ୍ରଶାସକ ହେଉ

ପିସି ନେବାରେ ସବୁ ଅଭ୍ୟସ୍ତ,

କାଗଜ କଲମେ ବହୁ ଯୋଜନା ହୁଏ

ଲୋକେ ପାଇଲା ବେଳକୁ ଅସ୍ତ ।


ଭଦ୍ରମୁଖାର ତଳେ ଲୁଚାଇ ଚେହେରା

ମଧୁର କହି ମନ ଜିଣନ୍ତି,

ଅଳ୍ପଦିନରେ ବେଶୀ ଲାଭ ଦେଖାଇ

ଗରିବ ପ୍ରଜା ଟଙ୍କା ହରନ୍ତି ।


ଲିଫ୍ଟ ବାହାନାରେ ଭଦ୍ରଘରର ପୁଅ

ବାଟୁ ଝିଅକୁ ଭୁଲେଇ ନିଏ,

ନିକାଞ୍ଚନ ପଥେ ସ୍ୱ ଲାଳସା ମେଣ୍ଟାଇ

ବେକକୁ ତାହାର ଚିପି ଦିଏ ।


ବ୍ଲାକ୍ -ମେଲର ଶୀକାର ହୋଇ ଝିଅଟି

ନିଜ ଇଜ୍ଜତ ନିଲାମ କରେ,

ପୋଲିସ ନେତା ସାମ୍ଵାଦିକ ପ୍ରଶାସକ

ସଭିଙ୍କର ମନ ଖୁସିକରେ ।


ପେଟ ପାଇଁ ଏଠି ପିଲା ବିକ୍ରି ହୁଏ

ନାରୀ ବିକ୍ରି କରେ ନିଜଦେହ,

ହତ୍ୟା ଦୁଷ୍କର୍ମ ମଦବନ୍ୟାରେ ପ୍ଳାବିତ

ଦେଶକୁ ଦେଖିଲେ ଆସେ କୋହ ।

  


Rate this content
Log in