ଥରେ ଭାବି ଦେଖ
ଥରେ ଭାବି ଦେଖ
ପ୍ରତିମା ଦାସଙ୍କ
ଆସ ରଚନା କରିବା ଏକ ଆଦର୍ଶ ଓ ବାସ୍ତବ ସମାଜର
ସେ ହୋଇଥାଉ ଯେ କୌଣସି କୋଣ ଧରିତ୍ରୀ ମାର
ଯାର ରାସ୍ତାଘାଟ ଚିକ୍କଣ ସଫା ସୁତର। ୧।
ବହୁଥିବ ସେଠି ପ୍ରଦୁଷଣ ମୁକ୍ତ ସ୍ବଛ ସମୀର
ଗାଁ ସାହି ସହର ଗଳି ପ୍ରାନ୍ତରେ ଥିବ ବୃକ୍ଷରାଶି ଅପାର
ମନୋରମ ଉଦ୍ୟାନ ଭ୍ରମ ସୃଷ୍ଟି କରୁଥିବ ନନ୍ଦନକାନନର। ୨।
ଗାଁ ସାହି ସହର ଶେଷରେ ଥିବ ନଦୀ ହ୍ରଦ ସରୋବର
ଯାର ପାଣି କାଚକେନ୍ଦୁ ପରି ନିର୍ମଳ ତୁଠ ଅତି ପରିଷ୍କାର
ମାଛ କଇଁଛ ସନ୍ତରଣ କରି ଖେଳା କରୁଥିବେ ନିଜ ନିଜର।୩।
ବୁଢୀମା କାହାଣୀର ଅପସରା ଦେବ ଗନ୍ଧର୍ବ କିନ୍ନର
ରାତ୍ରିରେ ଓଲ୍ହାଇ ଜଳକ୍ରୀଡା କରୁଥିଵେ ତହିଁର
ତୁଠେ ପଡିଥିବ ଛଡାଫୁଲ ପାରିଜାତ ଅବା କିଛି ସ୍ବର୍ଗର। ୪।
ଘରେ ଥିବ ଶୌଚାଳୟ ପୂଜାଘରଠାରୁ ଅଧିକ ଜରୁରୀ ଯାହାର
ବୁଢ଼ାବୁଢୀ ,କୂଳବଧୁ, କୁଆଁରୀକନ୍ୟା ଓ ନାରୀନର
ହନ୍ତସନ୍ତ ନହୋଇ ଆନନ୍ଦ ନେଉଥିବେ ଶୌଚାଳୟର। ୫।
ପ୍ରତି ଘରେ ଘର କମ୍ ବଗିଚା ଅତି ମାତ୍ରାର
ଗଛବୃକ୍ଷ ପରିପୂର୍ଣ୍ଣ ପନିପରିବା ସମ୍ଭାର
ବାସ୍ନା ଯୁକ୍ତ ଫୁଲରେ ବଗିଚା ଭରପୁର। ୬।
ଜନବସତି ଶେଷେ ଥିବ କେବଳ ଏକ ଦେବାଳୟ
କିମ୍ବା ଏକ ମସଜିଦ ଅବା ଗିର୍ଜା ଘର
ତାର ପୂର୍ଣ ଉପଯୋଗ ହେଉଥିବ ଏହି ପ୍ରକାରର। ୭।
ସଂଧ୍ୟା ସକାଳେ ଏକତ୍ରିତ ହୋଇ ଏ ଠାବର
ଭକ୍ତି ଭରେ ଆନନ୍ଦରେ ନାମ ନେଉଥିବେ
ଯୀଶୁ, ଆଲ୍ଲା କିମ୍ବା ଠାକୁର ଶ୍ରୀ ଜଗନ୍ନାଥଙ୍କର। ୮।
ଚ଼ର୍ଚା ହେଉଥିବ ସୃଜନତା ଶାଳୀନତା ଶିକ୍ଷା ଆଗାମୀ ପିଢିର
ଏକାଠି ହୋଇ ଭାବ ଅଭାବ ବାଣ୍ଟୁଥିବେ ପରସ୍ପରର
ଦିଆନିଆ ହୋଇ ହାତ ବଢାଉଥିବେ ବନ୍ଧୁତ୍ବର। ୯।
ପ୍ରତି ଘରେ ପୂଜା କି ଦରକାର ଦେବାଦେବୀଙ୍କର?
ଚୋରି ଅବା କଲିକତି ବାସୀ ଫୁଲରେ ଆରଧନା ଠାକୁରଙ୍କର
ପାଳିକି ନୟାନ୍ତ ଶାଶୁ ଧରାଇଥିବା ବାରମାସେ ତେର ପର୍ବର।୧୦।
ବାରବ୍ରତ ତେରଓଷା କରି ଘରଣୀଏ ରାଗ ଜରଜର
କାରଣ ପୁଅବୋହୂ ବାସିନ୍ଦା ସୁଦୂର ବିଦେଶର
ଅଣ୍ଟା ହାଡ଼ ବଢି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଅନେକ ଦିନର। ୧୧।
ମନ ଯଦି ଚଂଗା ଟୁବୁରି ଗାଡିଆ ଗଂଗା
କେବେ ବୁଝିବାରେ ସାଥୀ ଏ ସତ୍ୟ ଯୁଗ ଯୁଗର
ଦେଖାଦେଖି ଛାଡ଼ି ନିଜ ରାସ୍ତା ବାଛିବା ନିଜର। ୧୨।