STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଥାଉ ଚିନ୍ତା ତୋର ଚିତ୍ତେ

ଥାଉ ଚିନ୍ତା ତୋର ଚିତ୍ତେ

1 min
11.3K


କେତେ ଭାବ ହେଲେ ପ୍ରଭୁ

ହେବି ମୁହିଁ ସମର୍ପଣ

ଏତିକି ମିନତି ମୋର

ହେଉଛି ମୁଁ ଅରପଣ ।


ତୁମ ଦାନ ଯେତେ ମୋତେ

ନାହିଁ ମୋର ଦେବି ସେତେ

ତୁମ ଇଛା ହେଉଥାଉ

ତୁମ ଦାନ ପ୍ରତ୍ୟର୍ପଣ


ଅଯାଚିତ ଭାବ ବୋହି

କେତେ ମୋତେ ଦେଉଥାଇ

ଅକୁଣ୍ଠିତ ମନ ନେଇ

ଝୁଲା ମୋର ଭରୁଥାଇ ।


କିଦେଇ ପୂଜିବି ପ୍ରଭୁ

ହେବି ନାହିଁ ଅଶରଣ

ଭାବହୀନ ଭାବ ମୋର

କରୁଅଛି ଅରପଣ


ଦେଇ ଅଛ ଏ ଜୀବନ

ତୋର ପାଦେ ଦେଲି ଦାନ

ମିନତି ମୋ ଘେନାକର

ମିନତି ମୋ ନିବେଦନ


ଦେଇଛୁ ତୁ ମୋତେ ଯେତେ

କିବା ଦେବି ମୁହିଁ ତୋତେ

ଦୟାମୟ ତୁମେ ପ୍ରଭୁ

ଥାଉ ଚିନ୍ତା ତୋର ଚିତ୍ତେ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍