STORYMIRROR

Satyabati Swain

Others

3  

Satyabati Swain

Others

ତାତି

ତାତି

1 min
555


ଆଶାର ଆକାଶ ଜଳେ ଆଜି ଖାଲି

ବର୍ଷୁଛି ନିଆଁ ଧାସ

କାମନା ତାତିରେ ଖଇ ଫୁଟି ଯାଇ

କଅଁଳ କଢି ଧ୍ୱଂସ।।


ହୃଦୟ ବଗିଚାରେ ଭାବର ଗଛ ଗୋଟେ

ଉଧଉ ନାହିଁ ତ କାହିଁ

କଂକ୍ରିଟ ଜଂଗଲେ ପଣ ପଣ ନିଦାଘ ଖରା

ଜଳି ଯାଏ ମନ ଭୂଇଁ।


ବେଦନାର ଫର୍ଦ୍ଦ ବ୍ୟଥାରେ ଲେଖୁଛି ଚିଟାଉ

ଲକ୍ଷ୍ୟ କରେ ଆତ୍ମହତ୍ୟା

ମଣିଷ ପଣିଆଁ ଗଁ ଗଁ ହୋଇ ରାଜ ରାସ୍ତାପରେ

ଆଣେ ଅମଣିଷ ବାତ୍ୟା।


ହସ ତ ଲିଭିଛି ମଣିଷ ଓଠରୁ ସବୁଦିନ

ଖୁସି ତ ଯାଇଛି ରୁଷି

ଭାଗ୍ୟ ଲୁଚକାଳି ଖେଳେ ନିରୀହ ଜୀବନେ

ରୁଗ୍ଣ ଚିନ୍ତା ପଶେ ଧସି।


କେଉଁଠୁ ଆସିବ ଗଛ ସବୁଜିମାର ଶୀତଳ

କୁ ଖରାକୁ ରୋକିବା ପାଇଁ

ଭିତରେ ବାହାରେ ଖରା ଖରାର ରାଜୁତି

ସପନ ନିଏ ଚୋରାଇ।


ତାତି ଦିନୁ ଦିନ ବଢେ ଲୋ ଏମିତି

ପୃଥିବୀ ଯିବ ଜଳି

ଜୀବ ଜଗତ ସୁରକ୍ଷା ଜଳ ନ ପାଇଁ କି

ଅବେଳରେ ଯିବେ ଚାଲି!!!


*Satyabati swain, balikuda, jagatsinghpur*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍