STORYMIRROR

Bibhuti Bhusan Mohanty

Children Stories Children

3  

Bibhuti Bhusan Mohanty

Children Stories Children

ତାରା

ତାରା

1 min
262

ଆକାଶରେ ସିଏ ତାରାଟିଏ....

ଚିକମିକ କରି ହସୁଥାଏ

ନୀଳ ଆକାଶର ଉପବନେ ସେ ଯେ,

ଝରା ଶେଫାଳିର ଫୁଲଟିଏ...

ତାରାଟିଏ ସେ ଯେ ତାରାଟିଏ ।।


ସେ ପୁଣି ଅବୁଝା ଶିଶୁର ସାଥିଟିଏ

ଭାରି ବିଶାଳ ଯେ ପରିବାର ତାର,

ଜହ୍ନ ରାଇଜରେ ଘରଟିଏ....

ତାରାଟିଏ ସେ ଯେ ତାରାଟିଏ ।।


କେବେ କବିଙ୍କ ପରଶମଣିଟିଏ

ଭଲପାଏ ଯିଏ ତା ପାଇଁ ନିକଟ,

ଅନ୍ୟକୁ ଅନେକ ଦୂରଟିଏ....

ତାରାଟିଏ ସେ ଯେ ତାରାଟିଏ ।।


କେବେ ଆକାଶର କୁନି ଜ୍ୟୋତି ସିଏ

ସୂରୁଜର ଆଭା ଚାଦରେ ହଜେ ସେ,

ପାହାନ୍ତି ରାତିର କୁଆଁଟିଏ....

ତାରାଟିଏ ସେ ଯେ ତାରାଟିଏ ।।


ମୋ ନିଃସଙ୍ଗ ହୃଦୟ ସାଥିଟିଏ...

ଏକାଏକା ବସି ଖୋଜିଦେଲେ ଥରେ,

ଉତ୍ତର ଆକାଶେ ଦେଖାଦିଏ....

ତାରାଟିଏ ସେ ଯେ ତାରାଟିଏ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍