STORYMIRROR

Sabitri Mohapatra

Others

3  

Sabitri Mohapatra

Others

ତାଲା ବନ୍ଦ

ତାଲା ବନ୍ଦ

1 min
11.7K

-ସାବିତ୍ରୀ ମହାପାତ୍ର


ଜୀବନର ଗତି ହୋଇଛି ମନ୍ଥର, 

ଜୀବନ, ଜୀବିକା ହୁଏ ଥରହର 

ସାରାଦେଶେ ଆଜି ତାଳାବନ୍ଦ ହୁଏ, 

ଦିନ ପରେ ପୁଣି ଦିନ |


ଦୋକାନ, ବଜାର ଅବା ରେଷ୍ଟୁରାଣ୍ଟ

ଲାଗେ ଖାଲି ଶୂନ୍ୟ, ଶୂନ୍ୟ, 

ବିଶ୍ୱ ମହାମାରୀ କରୋନା କବଳେ 

ହୋଇଛନ୍ତି ସବୁ କାବୁ, 

ଏ ମହାସଂଘର୍ଷୁ ମୁକୁଳିବୁ କେବେ 

ଚିନ୍ତା ଘାରେ ଭାବୁ ଭାବୁ |


ବୁଢା, ବୁଢ଼ୀ ଆଉ ଯୁବକ, ଯୁବତୀ 

କେହି ନ ପାଆନ୍ତି ନିସ୍ତାର, 

ଧନୀ, ଗରିବଙ୍କ ସଂଖ୍ୟା ମିଶିସବୁ 

ହୋଇଯାଏ ଏକାକାର |


ବିବାହ ବେଦୀରେ ନାହିଁ ମନ୍ତ୍ରପାଠ, 

ନାହିଁ ତୋରଣର ସଜ୍ଜା, 

ନାହିଁ ପୁଣି ବାଜା, ନାହିଁତ ରୋଶଣି 

ନାହିଁ ଭୋଜିଭାତ ମଜ୍ଜା |


ନବବଧୂ ଖୋଜେ ବିବାହ ବନ୍ଧନ , 

ହେଲେ ମନତାର ଫିକା ଫିକା 

ଅନେକ ସ୍ବପ୍ନ ତା ପାଣି ଫାଟିଯାଏ 

ଲାଗେ ସବୁ ଏକାଏକା |


ଖାଲି ଗର୍ଜ୍ଜନ ଶୁଭୁଛି ଆମ୍ବୁଲାନ୍ସ ଗାଡି 

କୁଢ କୁଢ ଶବଙ୍କର 

ହା ହୁତାଶରେ ମଣିଷ ହଉଛି 

'କରୋନା ' ରେ ହାହାକାର |


Rate this content
Log in