ତା ବିନା ବୃଥା ଏ ସଂସାର
ତା ବିନା ବୃଥା ଏ ସଂସାର
ଦଳିତ ଅଞ୍ଜନ ବୋଳା କଞ୍ଜବଦନ
ରବି,ଶଶି ଦୁଇ ତାର ଚକା ନୟନ ।।
ନାଶିକା ତା ମେରୁଗିରି ,ହୃଦୟ ତା ବିଶ୍ଵପୁରୀ
ଉଦର ଭୂଧରମାଳା ,
ଗ୍ରହ, ନକ୍ଷତ୍ର ତା କଣ୍ଠେ
କଣ୍ଠିମାଳ ସମାନ , ଦଳିତ ଅଞ୍ଜନ ବୋଳା ।।
ନିଶ୍ଵାସ ତା ଅଣଚାଶ , ବିଶ୍ଵତ୍-ମୁଖ ଦେବାଧିଶ
ବୈନତେୟ ରଥା ରୁଢ
ଅନିନ୍ଦ୍ୟ ପୁରୁଷ ପରା
ସେହି ରମା ରମଣ , ଦଳିତ ଅଞ୍ଜନ ବୋଳା।।
ପାଦନଖ କୋଣୁ ତାର , ଝରଇ ଜାହ୍ନବୀ ଧାର
ଅନନ୍ତ ଅଙ୍କେ ଶୟନ
କ୍ଷୀରାବ୍ଧୀ ସାଗର ଗର୍ଭେ
ବିଜେ ଶ୍ରୀନାରାୟଣ , ଦଳିତ ଅଞ୍ଜନ ବୋଳା।।
ସେତ ଜଗତର ପତି , ସେତ ଅଗତିର ଗତି
ତାବିନା ଏ ସଂସାରରେ
ଯେତେ ଚିନ୍ତା କଲେ ସବୁ
ଶୂନ୍ୟ ବୃଥା ଚିନ୍ତନ , ଦଳିତ ଅଞ୍ଜନ ବୋଳା ।।
ଅଭୟ ସେ ଛନ୍ଦା ପଦେ , ଆଶ୍ରୟ ଲୋଡ଼ନ୍ତି ସର୍ବେ
ପ୍ରଫୁଲ୍ଲ ଫୁଲ ଅର୍ପଣ
କରି ପଶିଲା ଶରଣ
ହେ ପତିତପାବନ , ଦଳିତ ଅଞ୍ଜନ ବୋଳା ।।