STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ସ୍ଵୟମ୍ଭୁ ଶକ୍ତି

ସ୍ଵୟମ୍ଭୁ ଶକ୍ତି

1 min
11.9K

ଜନନୀତ୍ୱର ଅଧିକାରିଣୀ ନାରୀ

ସର୍ବ ଗୁଣ ସମ୍ପୂର୍ଣ୍ଣା ପୂତ ପବିତ୍ରା l

ସମଷ୍ଟି ଆଉ ବ୍ୟଷ୍ଟି ଉପାସନାର ତାତ୍ତ୍ୱିକ ସିଦ୍ଧାନ୍ତରେ

ପରିପୃଷ୍ଠ ଏକ ସ୍ଵୟମ୍ଭୁ ଶକ୍ତି l

ସେଇ ହିଁ ଆଦି ଜୀବ

ଜନ୍ମ ଜନ୍ମାନ୍ତରର କାହାଣୀ କହି

ଶୁଣାଇ ଦିଏ ବିଶ୍ଵକୁ ସୃଷ୍ଟି ସ୍ଥିତି ଆଉ ପ୍ରଳୟ ନାଦ ବେଦ l

ବିବର୍ତ୍ତନ ପ୍ରକ୍ରିୟା ରେ ଆଗେ ନାରୀ, ପରେ ନର

ନାରୀ ଜନ୍ମ ଦିଏ ନରକୁ....

ସାଂସାରିକ ମୋହଃ ଭାବରେ ଶୁଦ୍ଧ ବ୍ରହ୍ମ ବୀଜ ରଜ ଶକ୍ତି ସହିତ ସୁ ସଂଯୋଜିତ ହୋଇ

ରଚନା କରନ୍ତି ଯୁଗ ଧ୍ୱନି ପ୍ରତିଧ୍ୱନି କୁଆଁ କୁଆଁ ରାବ

ପ୍ରକମ୍ପିତ ହୁଏ ଭୂଇଁ ରୁ ଭୁଆଁ,

ମୟ ରୁ ମାୟା,

ବିଶ୍ଵ ଧର ରୁ ବିଶ୍ଵ ଧାରା ଯାଏଁ

ପୁଣି ସାଜିଥାଏ ପ୍ରେରଣା ର ଉତ୍ସ

ଯୁଗ ଅବତାର ପୁରୁଷ ରାମ-କୃଷ୍ଣଙ୍କୁ ଜନ୍ମ ଦେଇ

ପୁଣ୍ଯ ପଦ ଯୁଗଳର ସଂକେତ ଦେଇ

ଭାବ ମକରନ୍ଦ ଧାରା ବୁହାଇ ବୁହାଇ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍