ସୂର୍ଯ୍ୟମୁଖୀ
ସୂର୍ଯ୍ୟମୁଖୀ
ସୂର୍ଯ୍ୟମୁଖୀ ମୁଁ ନFରବେ ଫୁଟୁଛି
ଚାହିଁ ସେ ଉଜ୍ଜଳ ରେଖା
ଜୀବନ ମରୁରେ ତୁମକୁ ଦେଖୁଛି
ଉଦିତ ସୂର୍ଯ୍ୟ ଶିଖା l
ଗୋଟି ଗୋଟି ପୁଷ୍ପ ପଲ୍ଲଵ ମେଲିଛି
ତୁମକୁ ହିଁ କରି ଧ୍ୟାନ
ତୁମରି ଆଶାରେ କଟାଇ ଦେଇଛି
ମୋର ପବିତ୍ର ମଧ୍ୟାହ୍ନ l
ଝରି ଯାଇଅଛି ତୁମ ପାଦ ତଳେ
ପାଖୁଡା ମୋ ଗୋଟି ଗୋଟି
ଦେଲନାହିଁ ବେଳ ରଖିବା ପାଇଁ କି
ଆଦରେ ତାକୁ ସାଉଁଟି l
ଅସ୍ତଗାମୀ ଚୂଳେ ଦେଖିଲି ତୁମକୁ
ଲିଭିଗଲ ମୋତେ ଚାହିଁ
ଧୀରେ ଧୀରେ ମୋର ମୁହଁକୁ ଲୁଚାଇ
ଲାଜେ ମୁଦି ହେଲି ମୁହିଁ l
ଏବେ ବାନ୍ଧିଲାଣି ମୋହରି ସରଣୀ
ଦିଗହଜା ଗୋଧୂଳିରେ
କରିଅଛି ଖାଲି ଅପେକ୍ଷା ଦେଖିବି
ଆହୁରି ପ୍ରଭାତ ଥରେ l
