STORYMIRROR

Shiba Charan Mahapatra

Others

3.0  

Shiba Charan Mahapatra

Others

ସୁଟ୍ ଜାପାନୀ

ସୁଟ୍ ଜାପାନୀ

1 min
826




ପର ଘର ତୁଣ ଭାରି ସୁଆଦ ଲୋ

ନିଜ ଘରେ ପିତା ପାଣି

ପର ମାଇପ ଟା ଚହଟ ଚିକ୍କଣ

ନିଜ ଭାରିଜା ଟା କାଣି ..

ପର ପୁରୁଷ ଟା ରତିକ ରୋଶନ

ଘର ପତି ଜାଣେନାହିଁ

ପର ଚାଳେ ଝୁଲେ ଗୁଡ ମାଠିଆ କୁ

ତୁମେ କାଇଁ ହାଇଁ ପାଁଇ..

ନିଜ ପୁଅ ଭାରି ସୁଧାର ପିଲାଟା

ପର ପୁଅ ଅଝଟିଆ

ନିଜ ଝିଅ ଭାରି ସରଳ ସଂସ୍କାରି

ପର ଝିଅ ବାଡ ଡିଆଁ..

ସାହେବ ର ସ୍ତ୍ରୀ ଅନିନ୍ଦ୍ଯ ସୁନ୍ଦରୀ

ତାଙ୍କ ପିଲା ଦେବଦୂତ

ନିଜ ଘର ସ୍ତ୍ରୀ ଛୁଆ ପିଲା ସବୁ

ଲାଗନ୍ତି ବାବନା ଭୂତ..

ଧୋତି କୁରୁତା ରେ ଟୋକା ଲାଗେ ବୁଢା

ସୁଉଟୁ ସାର୍ଟ ଆଦର

ଶାଢୀ ପିନ୍ଧିଦେଲେ ଝାଳ ବହେ ବୋଲି

ଭାଉଜ ପିନ୍ଧେ ସାଲୁଆର..

ନିଜ ପରମ୍ପରା ହଡା ଗାଇ ଭାବି

ପାଦରେ ଆଡେଇ ଯାଅ

ପାଶ୍ଚାତ୍ୟ ସଂସ୍କୃତି ଅତର ମାଖିଛି

ଆଗେପଛେ ଘୁରୁଥାଅ..

ନିଜ ଘର ଭାଷା ଭାରି ଅଖାଡୁଅ

ବିଦେଶୀ ଭାଷା ଟା ଭଲ

ଘଣା ପେଡା ଯେତେ ଦେହକୁ କୁଣ୍ଡାଏ

ପସନ୍ଦ ଜାପାନ ତେଲ..

ଦୂର ପରବତ ଭାରି ସୁନ୍ଦର ତ

ଭିତରେ ଯନ୍ତ୍ରଣା ଭରା

ନିଜ ଚାଳ ଛାଡି ପର ଘରେ ଗଲେ

ଦେଖିବ ଦିନରେ ତାରା..

ବେଳ ଥାଉଁ କୁଳ ବାଇନ ସମ୍ଭାଳ

ଉଛୁର କରନା ବେଶି

ନିଜ ଜିନିଷ ଟା ଅସଲି ରେ ଧନ

ପରଖି ନେ ମାଞ୍ଜି ଘଷି...


×-×-×-×-×-×-×-×-×-×



Rate this content
Log in