STORYMIRROR

Satyabati Swain

Children Stories

4  

Satyabati Swain

Children Stories

ସୁସ୍ଥ ପରିବେଶ

ସୁସ୍ଥ ପରିବେଶ

1 min
686


ସୁସ୍ଥ ପରିବେଶ ସୁସ୍ଥ ମଣିଷ

ରଖିବ ପିଲାଏ ଏକଥା ମନ

ଭୁଲିଯିବ ନାହିଁ ପରିମଳ ତୁମକୁ

କରିବ ସୁସ୍ଥ ଜୀବନ ଦାନ।


ଘର ହେଉ ବା ବାହାର ବାବୁ

ସଫା ସୁତୁରା ରଖିବା ପାଇଁ

ବଦ୍ଧ ପରିକର ହୁଅ ସବୁ ପିଲା

ସୁସ୍ଥ ସୁରକ୍ଷିତ ରହିବା ନେଇ।


ଆଖି ମୁହଁ ଧୋଇ ନଖ କାଟିବ

ଚପଲ ନିଶ୍ଚିତ ବ୍ୟବହାର

ସଫା ପୋଷାକକୁ ପରିଷ୍କାର ରଖ

ପାଇଖାନା ଓ ପରିସ୍ରାଗାର।


ନିଜ ସହ ବାହାର ପରିଷ୍କାର କରି

ଡଷ୍ଟବିନ୍ ବ୍ୟବହାର କରିବ

ବେଶୀ ସତର୍କ ପାନୀୟ ଜଳକୁ

ଏକଥା କେବେ ହେଁ ଭୁଲି ନ ଯିବ।


ଶିଶୁଗଣ ହସିଲେ ଦୁନିଆଁ ହସିବ

ଶିଶୁ ଦେଶର ଟି ଭବିଷ୍ୟତ

ଶିଶୁର ସୁରକ୍ଷା ଦେଶର ଏ ରକ୍ଷା

ଏ କଥା ମନରେ ରଖିଥା ମିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍