STORYMIRROR

SUKANTA KHANDA

Others

4  

SUKANTA KHANDA

Others

ସୁସ୍ଥ ପରିବେଶ ଦେହକୁ ହିତ

ସୁସ୍ଥ ପରିବେଶ ଦେହକୁ ହିତ

1 min
276


ସୁସ୍ଥ ପରିବେଶ ଏ ଦେହକୁ ହିତ

କହୁଥିଲେ ଅଜା ମୋର

ପ୍ରତିବର୍ଷ ତେଣୁ ଏହି ଦିବସରେ

ହୃଦୟରେ ବହେ ଝର।୧

ସଙ୍କଳ୍ପ ସ୍ବରୂପ ଆଜି ଅଜାଙ୍କର

ହୋଇଲାଣି ପଞ୍ଚାନବେ

ଗଛ ବି ବଞ୍ଚାଇ ରଖି ଯାଇଛନ୍ତି

ଭବିଷ୍ଯ ଯିଏ ଆସିବେ।୨

ପଞ୍ଚାନବେ ବର୍ଷ ଲଗେଇ ଜଙ୍ଗଲ

ନିଜର ଜମି ବାରିରେ

ସୁସ୍ଥ ପରିବେଶ ତିଆରି କରିବା

ଇଛା ଶକ୍ତି ହୃଦୟରେ।୩

ଅଜାଙ୍କର ଲକ୍ଷ୍ଯ ଶତକ ପୂରଣ

ଅବଶ୍ଯ ଲଗାଇ ଦେବେ

ବଞ୍ଚିବାକୁ ତେଣୁ ଈଶ୍ବରଙ୍କୁ ସଦା

ପ୍ରାର୍ଥନାଟେ କରୁଥିବେ।୪

ଲୁହ ବହିଯାଏ ଅବଶୋସ କାଳେ

ମନରେ ରହିଟି ଯିବ

ନିଜ ଦେହ ପାଇଁ କର୍ମ ପରେ ମଧ୍ଯ

ବ୍ଯାୟାମରେ ମନୋଭାବ।୫

ଏ ବର୍ଷ ତାଙ୍କର ପଞ୍ଚାନବେ ହେଲା

ଜଙ୍ଗଲକୁ ବୁଲିଯାଇ

କୁଣ୍ଢାଇ କହନ୍ତି ଆହେ ଗଛମାନେ

ଭଲ ଫୁଲଫଳ ଦେଇ।୬

କୃତାର୍ଥ କରିବ ଭବିଷ୍ଯ ମୋହର

ଯେଉଁମାନେ ଆସୁଛନ୍ତି

ଖାଦ୍ଯ ଅମ୍ଳଜାନ ପତ୍ର ଫୁଲ ଦେବ

ସନ୍ତେଷ ସଦା ଲଭନ୍ତି।୭

ପ୍ରତି ହୃଦୟକୁ ନିରୋଗ ରଖିବ

ପ୍ରାର୍ଥନା ହେ ଗଛ ମାନେ

ମୋର ମନକଥା ହୃଦୟେ ହେଜିକି

ଧନ୍ଯହେବ ତୁମେମାନେ।୮

ଅଜାଙ୍କ ଆଖିରେ ଆନନ୍ଦର ଝର

ପାଳନ୍ତି ଏହି ଦିବସ

ମନ ଗହନକୁ ପବିତ୍ରତା ପାଇଁ

ମୁଖରେ ଉକୁଟେ ହସ।୯

ବିଶ୍ବ ପରିବେଶ ଅଜାଙ୍କୁ ଦେଇଛି

ଅସନ୍ତି ମୁଖେ କାନ୍ତି

ବଞ୍ଚାଇବ ପ୍ରଭୁ ଅଜାଙ୍କୁ ମୋହର

ଥୋଇ ଶହେ ବର୍ଷ ଶାନ୍ତି।୧୦

      


Rate this content
Log in