STORYMIRROR

Ajit Kumar Raut

Others

3  

Ajit Kumar Raut

Others

ସୁଶାସନ

ସୁଶାସନ

1 min
218

ଗଣତନ୍ତ୍ର ମନ୍ତ୍ର ହାତରେ ଧରିଣ

ଶାସନର ପରାକାଷ୍ଠା,

ଜନତା କଲ୍ୟାଣ ଆଗକୁ ରଖିଣ

କର୍ତ୍ତବ୍ୟରେ ଦୂରଦ୍ରଷ୍ଟା।୧।


ସମଭାବ ମନ୍ତ୍ର ଆବିର୍ଭୂତ ଏଠି

ଭେଦଭାବ ନାହିଁ ଏଠି,

ସମସ୍ତଙ୍କ ହାତ ହାତରେ ଧରିଣ

ସମସ୍ତଙ୍କ ବିକାଶ ଏଠି।୨।


ସମସ୍ତଙ୍କ ମନେ ବିଶ୍ୱାସ କିରଣ

ଛୁଇଁ ଯାଉଅଛି ଏବେ,

ଦେଶର ଶାସନେ ବିଶ୍ୱାସ ରହୁଛି

ଉନ୍ନତିର ମାର୍ଗ ଏବେ।୩।


ରାଷ୍ଟ୍ରଭକ୍ତି ଜନେ ଗୁଞ୍ଜୁ ଅଛି ଦେଶେ

ଆତ୍ମନିର୍ଭରଟି ପାଇଁ,

ଆତ୍ମବିଶ୍ୱାସର ଭାବ ଦିଶୁ ଅଛି

ମାତୃଭୂମି ସେବା ପାଇଁ।୪।


କର୍ମପଥେ ସବୁ ପଥଗାମୀ ଏବେ

ଉତ୍ସାହିତ ହୋଇ ମନେ,

ଶକ୍ତିଶାଳୀ ଦେଶ ଗଢିବା ନିମନ୍ତେ

ସ୍ଥିର କରିଛନ୍ତି ମନେ।୫।


ଦେବତାଙ୍କ ପୂଜା ହୁଏ ନିତିଦିନ

ଧର୍ମପଥଗାମୀ ଏବେ,

କୃଷ୍ଣ ରାମ ନାମ ପ୍ରଭୁ ଜଗନ୍ନାଥ

ଗୁଞ୍ଜୁ ଅଛି ଦେଶେ ଏବେ।୬।


ହିଂସା କପଟର ଯୁଗ ସରି ଗଲା

ଏକତାର ଭାବ ଏବେ,

ଏକତ୍ରିତ ହୋଇ ଲାଗି ରହିଛନ୍ତି

ଆଣିଛି ଗୌରବ ଏବେ।୭।


ସାହାଯ୍ୟ କରିବା ବିଚାର ଆସିଛି

ଜନଜନ ପ୍ରତି ସେବା,

ଯୋଜନା ବନୁଛି ନୂଆ ନୂଆ ଏବେ

ସତେ କି ପ୍ରକଟ ଦେବା।୮।


ସେହୁ କୃଷ୍ଣ ପ୍ରଭୁ ସେହୁ ରାମ ପ୍ରଭୁ

ସେହୁ ପ୍ରଭୁ ଜଗନ୍ନାଥ

ତାଙ୍କରି ନଜର ଦେଶରେ ପଡିଲା

ହେଉଛି ଦେଶ ସାମର୍ଥ।୯।


ଗଣତନ୍ତ୍ର ମନ୍ତ୍ର ହାତରେ ଧରିଣ

ଶାସନର ପରାକାଷ୍ଠା,

ଜନତା କଲ୍ୟାଣ ଆଗକୁ ରଖିଣ

କର୍ତ୍ତବ୍ୟରେ ଦୂରଦ୍ରଷ୍ଟା।୧୦।



Rate this content
Log in