STORYMIRROR

Biren Kumar Behera

Others

2  

Biren Kumar Behera

Others

ସୁରକ୍ଷା ଦିଅଇ ଚାବି

ସୁରକ୍ଷା ଦିଅଇ ଚାବି

1 min
118

ଘର କରି ଆମେ କେତେ ଯେ ଜିନିଷ,

ସାଇତିଥାଉ ସେ ଘରେ ,

କେତେବେଳେ କିଏ ନେବ ଚୋରି କରି,

ସେ କଥା କେ କହିପାରେ ?


ଚୋର ବୁଲୁଛନ୍ତି ଛଦ୍ମ ବେଶରେ,

ଘରେ ଯେବେ ଯିବେ ପଶି,

ମୂଲ୍ୟବାନ ଚିଜ ଲୁଟିନେବେ ସବୁ,

କପାଳଟା ହେବ ଦୋଷୀ ।।


ସେଥିପାଇଁ ଆମେ ଆମ ଜିନିଷକୁ,

ରଖିଥାଉ ସୁରକ୍ଷାରେ,

କୋଲପ ପକାଇ ଚାବି ସାଇତିକି,

ରଖିଥାଉ ଯତନରେ ।।


ସୁରକ୍ଷାରେ ଯେବେ ହେବ ଅବହେଳା,

ଜିନିଷ ହୋଇବ ଚୋରି,

ଖାମଖିଆଲକୁ ନେଲେ ଆପଣେଇ,

ପାରିବାନି ଘରକରି ।।


ସୁରକ୍ଷିତ ପ୍ରତି ହେଲେ ୟତ୍ନବାନ,

ଉଇଁବ ଭାଗ୍ୟର ରବି ।

ତେଣୁ କଥାଟିଏ ରଖିଥାଅ ମନେ,

ସୁରକ୍ଷା ଦିଅଇ ଚାବି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍