STORYMIRROR

Sambit Srikumar

Others

4  

Sambit Srikumar

Others

ସୁରାମୟ

ସୁରାମୟ

2 mins
160


ବିଶ୍ବ ଦେଖ ସୁରାମୟରେ ଜୀବନ

ବିଶ୍ବ ଦେଖ ସୁରାମୟ

ସୁରାର ଆକଣ୍ଠ ପାନ କରିବ ହରଣ

କ୍ଷୁଧା ତୃଷ୍ଣା ଗ୍ଲାନି ଅବଶୋଷ ଅବସାଦ

ଏଇ ତ ସୁଖର ଚରମ ଉତ୍ସ

ବିଶ୍ବ ଦେଖ ସୁରାମୟ !!

ଜନକ ଜନନୀ ଭଗିନୀ ବାରଣ

ଜାୟା ପ୍ରେୟସୀର ଆକୁଳ କ୍ରନ୍ଦନ

ନ ପାରଇ କିଛି ତାକୁ ରୋକି

ମନ ପାଏ ନାହିଁ ଶାନ୍ତି

ଦି' ବୁନ୍ଦା ନ ଦେଲେ ଚଞ୍ଚଳ ଢୋକି !!

ବାହା ବ୍ରତଘର ଶ୍ରାଦ୍ଧ ଶୁଦ୍ଧିଘରେ

ଆଗେ ସୋମରସ ଲୋଡ଼ା

ନ ହେଲେ ମଶାଣି ଯିବନି ମଡା

ତା' ବିନା ନିରସ ମେଳା ମଉଛବ

ବେଦୀକୁ ନ ଉଠେ ବର

କ୍ଷଣେ ନାଲିପାଣି ବନ୍ଦୋବସ୍ତ କର !!

ବିଦେଶୀ ମଦିରା ବିନା ଅଧୁରା ଜୀବନ

ରସହୀନ ରଙ୍ଗହୀନ ପ୍ରାଣହୀନ ସ୍ପନ୍ଦନ

ପଲ୍ଲୀଠୁ ଦିଲ୍ଲୀ ଛୁଟୁଛି ମଦିରା ବନ୍ୟା

ସୋମରସର ପାବନ ପ୍ଲାବନେ

ମାତାଲ ଆବାଳବୃଦ୍ଧ ରମଣୀ କନ୍ଯା !!

ସୁରା ବିନା ଫିକା ରାଜନୀତି

ଫିକା ପୁଣି ନିର୍ବାଚନ

ନେତା ମନ୍ତ୍ରୀ କର୍ମୀ ଯନ୍ତ୍ରୀ ଅମଲା

ସର୍ବେ ଏକାକାର କରି କାଦମ୍ବରୀ

ରସର ଆକଣ୍ଠ ପାନ

ପ୍ରଶାସକ ପାଳିଲେ ଏକାଦଶୀ ବ୍ରତ

ଦେଶର ପ୍ରଗତି କେମିତି ହେବ

କେବେ ଦେଶ ହେବ ବିକଶିତ??

ପୂଜା ପାର୍ବଣରେ ନାଲିପାଣି ବିନା

ଜମେ ନାହିଁ ମୋଟେ ରଙ୍ଗ ପସରା

ବୋତଲ ମାଡ଼ରେ କମ୍ପି ଉଠେ ମଞ୍ଚ

ଭାବ ଭକ୍ତି ହୁଏ ପାଶୋରା

ଏଇ ମଜ୍ଜା ତ ଅଟଇ ନିଆରା

ଅତୁଟ ରୁହଇ ଆମ ପରମ୍ପରା !!

ସମ୍ଭ୍ରାନ୍ତ ଜନର ପ୍ରତିଷ୍ଠା ପ୍ରତୀକ

ବେକାର ମଥାରେ କଳଙ୍କ ଟୀକା

ସୁରା ପାଇଁ ହୁଏ ସମ୍ପତ୍ତି ବିକା

ଘୋଡ଼ା ମଦୁଆକୁ ଯାହା କହିଲେ ବି

ନାହିଁ ତା'ର ଲଜ୍ଜା ଶଙ୍କା !!

ବିରହୀ ଅବା ବିଳାସୀ ସଭିଙ୍କର ପ୍ରିୟ

ସୁରା ତାହାଙ୍କ ଲାଗି ସଞ୍ଜିବନୀ

ଜଳ ବିନା ଲତା ପରାଏ

ସେମାନେ ଅକାଳେ ପଡ଼ନ୍ତି ଝାଉଁଳି 

ଲଭନ୍ତି ନବଜୀବନ ବାରେ

ମଦିରାରେ ଦେଲେ ମୁଖ ପଖାଳି !!

କବି କଳାକାର ନଟୀ ଅଭିନେତ୍ରୀ

ସଭିଏଁ ସୁରାର ପରମ ଭକ୍ତ

ସୁରାପାନ ବିନା ସମାଜରେ ତାଙ୍କ

କାଳେ ରହେ ନାହିଁ ମର୍ଯ୍ୟାଦା

ଫୁଟେ ନାହିଁ ସୃଜନୀ କଳିକା

ଖୋଜନ୍ତି ବାହାନା ଭଳି ଭଳିକା !!

ରୋଗୀ ସେବା ଲାଗି ଲୋଡ଼ା ଅବକାରୀ

ତା' ବିନା ଡାକ୍ତର ଧରେ ନାହିଁ ଛୁରୀ

ମଦ୍ୟପାନ ପରା ଏକା ମହତପଣିଆ

ଆଉ ସବୁ କଥା ଲାଗେ ପାଣିଚିଆ !!

ସୁରା ଦ୍ବାରା ହୁଏ ସର୍ବକାର୍ଯ୍ଯ ସିଦ୍ଧି

ସୁଖ ଶାନ୍ତିର ଏ ଅସରା ଖଣି

ସୁରା ବିନା ବେରଙ୍ଗୀ ଜୀବନ ବିପଣି

ସର୍ବେ କର ପାନ ଏହାକୁ ଆନନ୍ଦେ କିଣି !!

ବିଶ୍ବ ଦେଖ ସୁରାମୟରେ ଜୀବନ

ବିଶ୍ବ ଦେଖ ସୁରାମୟ

ସୁରାପାନ କରିବ ହରଣ

ତୋର ଜୀବନର ତମାମ କଷଣ

ବିଶ୍ବ ଦେଖ ସୁରାମୟ

ବୋଲ ସୁରା ତୋର ଜୟ !!



Rate this content
Log in