Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ସୁର ପୁର ସୈାଦାଗର

ସୁର ପୁର ସୈାଦାଗର

1 min
269


ସୁରପୁର ସୈାଦାଗର

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

---------- -------------------- ----------

• ଖୋଲା ହୃଦୟରେ

• ପଦ୍ମ ଶତଦଳେ

• ଆସନ ଦେଇଛି ପାତି

• ଯୋଡହସ୍ତେ ଗୋଡ଼

• ତଳେ ପଡି ଡାକେ

• ବିଜେକର ରମା ପତି ।।

• ରଙ୍ଗା ପଦ ରେଣୁ

• ପରସେ ସରସେ

• ହସି ଉଠୁ ଏହି ପ୍ରାଣ

• ଭବଭୟ ହର

• ଅନାଦି ଈଶ୍ଵର

• ଏ,ଜୀବନ କର ପାବନ ।।

• ତୁମେ ବଳବନ୍ତ

• ଆଦିତୀ ସମ୍ଭୁତ

• କୋଟି ଭୂବନ ପାଳକ

• ଏ ଜୀବନ ସ୍ଵାମୀ

• ଆହେ ଅର୍ନ୍ତଜ୍ୟାମି

• ଅଖିଳ ବିଶ୍ଵ ନାୟକ ।।

• ନିଖିଳ ଭୁବନ

• ପୁରୁଷ ପରମ

• ମହାପ୍ରଭୁ ପରାତ୍ପର

• ତବ ପ୍ରେମ ସ୍ରୋତେ

• ଏ ପରାଣେ ସତେ

• ଖେଳିବ ପୂଣ୍ୟ ଲହର ।।

• ହେ ଆନନ୍ଦମୟ

• କ୍ଷୀରସିନ୍ଧୁ ବାସି

• ସୁରପୁର ସୈାଦାଗର

• ପ୍ରଫୁଲ୍ଲ ଭକତି

• ଭରେ କରେ ସ୍ତୁତି

• ଅଭୟ ଚରଣେ ତୋର ।।





Rate this content
Log in