ସୁପରମ୍ୟାନ୍
ସୁପରମ୍ୟାନ୍
ବହିରୁ ପଢିଛୁ ତୁମ କଥା ସୁପରମ୍ୟାନ୍,
ଟି.ଭି ରେ ଦେଖିଛୁ ତୁମ ସୋ ସୁପରମ୍ୟାନ୍ |
ଜେରୀଙ୍କ ମାନସପୁତ୍ର ତୁମେ ସୁପରମ୍ୟାନ୍,
ଜୋଏଙ୍କର ଅଭିନୟ ଅତି ଚମତ୍କାର |
ପିଲାଙ୍କର ଅତି ପ୍ରିୟ ତୁମେ ସୁପରମ୍ୟାନ୍,
ସାରା ବିଶ୍ୱରେ ରହିଛନ୍ତି ତୁମର ବହୁ ଫ୍ୟାନ୍ |
ଯେତେବେଳେ ଅସୁବିଧା ପଡିଥାଏ ଯାହାକୁ,
ସାହାଯ୍ୟର ହାତ ତୁମେ ବଢାଅତ ତାହାକୁ |
ଅସମ୍ଭବ କିଛି ନାହିଁ ତୁମ ପାଇଁ ଧରାରେ,
ସବୁ କାମ ଭଲ ତୁମ ଲାଗେ ଭାରି ତୋରାରେ |
ଭାରି ଭଲ ଲାଗେ ତୁମ କାମର ସେ କରଣୀ,
ତୁମ କାମ ଦେଖି ହୁଏ ଚକିତ ଏ ଧରଣୀ |
ଏବେ ଆମେ ଡାକୁଅଛୁ ଥରେ ତୁମେ ଆସ ତ,
କରୋନାକୁ ଏ ବିଶ୍ୱରୁ କରିଦିଅ ନିପାତ |
କେତେକେତେ ଫୁଲ ନିତି ପଡୁଅଛି ଝାଉଁଳି,
ଆସ ସୁପରମ୍ୟାନ୍ ସିଏ ନ ଯାଆନ୍ତୁ ମଉଳି |
ତୁମ ଅପେକ୍ଷାରେ ଏବେ ସାରା ବିଶ୍ୱ ରହିଛି,
ଆସ ସୁପରମ୍ୟାନ୍ ଆଉ ଡେରିକର କାହିଁକି ?
