ସୁପରମ୍ୟାନ ବାପା
ସୁପରମ୍ୟାନ ବାପା
1 min
180
ସ୍ବାମୀ ମୋର ଜଣେ ଭଦ୍ରବ୍ୟକ୍ତି
ସଦା କାମରେ ବ୍ୟସ୍ତ ରୁହନ୍ତି
ସଜେଇ ଯେବେ ଅଫିସ୍ ଯାଆନ୍ତି
ଭାରି ସେ ସୁନ୍ଦର ଲାଗନ୍ତି।
କାମରେ ଅବହେଳା ସହିନପାରନ୍ତି
ସଚ୍ଚୋଟତାର ସେ ମୂରତି
କୋମଳ ହୃଦୟ ହେଲେ କଠିନ ଦେଖାନ୍ତି
ପିଲାଙ୍କର ତ ସଦା ସାଥୀ ହୁଅନ୍ତି।
ପିଲାମାନଙ୍କ ରସେ ନିକଟତର
ନିମିଷକେ ପୂରଣ କରନ୍ତି ଅଳି ତାଙ୍କର
ପିଲାଏ କହନ୍ତି ସୁପରମ୍ୟାନ ବାପା ଆମର
ଏମିତି ଚାଲେ ଆମ ସଂସାର।
