STORYMIRROR

Ajit Kumar Raut

Others

4  

Ajit Kumar Raut

Others

ସୁପର ହିରୋ

ସୁପର ହିରୋ

1 min
185


ବାପା ହିଁ ଅଟନ୍ତି ସୁପର ହିରୋ ମୋ


ଜୀବନ ଯାତ୍ରାରେ ମୋର,


ତାଙ୍କ ଅନୁଦାନ ଈଶ୍ବରୀୟ ଶକ୍ତି


ମାର୍ଗଦର୍ଶନ ହିଁ ମୋର।୧।


ତାଙ୍କ ଉପଦେଶ ଅମୂଲ୍ୟ ହୁଅଇ


ଇଚ୍ଛା ଅନୁସାରେ ମୋର,


ମୋର ମନଭାବେ ଜଡ଼ିତ ହୁଅନ୍ତି


ମନ ଇଚ୍ଛା ଯାହା ମୋର।୨।


ସାଇକେଲ ଇଚ୍ଛା ଚଢିବାଟି ମୋର


ଚଢିବା ଶିଖେଇ ଦେଲେ,


କ୍ରିକେଟ ଖେଳିବା ଇଚ୍ଛା ହିଁ ଟି ଥିଲା


ଖେଳ ଭୂମି ନେଇ ଗଲେ।୩।


ଖେଳିବା ନିୟମ କହି କହି ମୋତେ


କ୍ରିକେଟ ଶିଖେଇ ଦେଲେ,


ଇଚ୍ଛା ମୋର ବାପା ପୂରଣ କରନ୍ତି


ଉନ୍ନତିର ମାର୍ଗ ଦେଲେ।୪।


ପଢିବାରେ ତାଙ୍କ ଉପଦେଶ ହେଲା


ଇଚ୍ଛା ମୋର ଅନୁସାରେ 


ବିଜ୍ଞାନ ରେ ମୋର ମନକୁ ଜାଣିଣ


ପ୍ରେରିତ କଲେ ଟି ମୋତେ।୫।


ପଢାପଢି କ୍ଷେତ୍ରେ ପ୍ରଥମ ସର୍ବଦା


ଅପୂର୍ବ ଗୌରବ ହେଲା,


ଗୌରବର ଗାଥା ଗୁଞ୍ଜନ କରିଲା


ବାପାଙ୍କୁ ଖୁସି ହୋଇଲା।୬।


ସୁପର ହିରୋ ହିଁ ବାପା ହିଁ ମୋହର


ଋଣ ସୁଜି ହେବ ନାହିଁ,


କର୍ମକ୍ଷେତ୍ର ମୋର ମୋ ପାଇଁ ଈଶ୍ୱର


ଜୀବନେ ଭୂଲିବି ନାହିଁ।୭।


ବାପା ହିଁ ଅଟନ୍ତି ସୁପର ହିରୋ ମୋ


ଜୀବନ ଯାତ୍ରାରେ ମୋର,


ତାଙ୍କ ଅନୁଦାନ ଈଶ୍ବରୀୟ ଶକ୍ତି


ମାର୍ଗଦର୍ଶନ ହିଁ ମୋର।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍