STORYMIRROR

Priyanaka daya Kari nema kyha

Children Stories Classics Thriller

4  

Priyanaka daya Kari nema kyha

Children Stories Classics Thriller

supar mom - ମାଟି ସାଜିଲା ମାତୃତ୍ବ

supar mom - ମାଟି ସାଜିଲା ମାତୃତ୍ବ

1 min
214


ଦିନର ସୁପ୍ରଭାତେ ଉଇଁ ସୁରୁଜ

ଢାଳିଲାଣି ନାଲି ନାଲି ଗୋଧୂଳି ମୁରୁଜ ।



ଶଙ୍ଖର ନାଦରେ କାକ, ପିକ, ବୃକ୍ଷ ଡାଳେ,

ରାବ ଦେଇ ଗଲେ ଖୁଦର ଆଳେ।



ଶଶୀ, ନକ୍ଷତ୍ର ଡୁବି କହେ ସେ ତେଜସ୍କ୍ରି ରଶ୍ମି

ଦୂର କରି ଅଛି ମୁହିଁ ରକ୍ଷାସ ତମ ଙ୍କୁ ଜିଣି ।



ଗୋଧୂଳି ଉଡଇ ଯେବେ ଗାଁ ଦାଣ୍ଡ ସିମେ

ଗୋକୁଳ ପୁତ୍ର କରେ ଆରାମ ଯେ ବନେ ।



ଦ୍ୱାର ଖୋଲି ଡାକୁ ଅଛି ବିପ୍ର ଗଣ

ଉଠ ଉଠ ମହାପ୍ରଭୁ ଶଯ୍ୟା ତେଜିଣ ।



ଜୀବିକା ଅଟେ ମୋର ଚାଷ ଭରା

ମାଟି ମାଆ ଅଛି ଅପେକ୍ଷା ପରା ।


ମହିବି ହଳ ଧରି ଲଙ୍ଗଳ ତେଣ୍ଟା

କାଳିଆ କସରା ସଜ ହୁଅ ପରା ।



ଧୂପ ଦିପ ପୂଜିତ ଆଜି ଏ ଧରା

ସାରା ସଂସାର ର ଭୋକ ମେଣ୍ଟାଏ ପରା ।



ପିନ୍ଧିଲା ଆଜି ସ୍ବର୍ଣ୍ଣମୟୀ ସ୍ବର୍ଣ୍ଣଲତା

ଭରି ଭରି ସବୁଜ ରଙ୍ଗ ଆସିଲେ ତୋଳେ ପରା ।


ବିଲ ହିଡ଼ ଯାଏ ଧାଇଁ ଧାଇଁ

ଆସଇ ପୁଣି ନୂଆ ରଙ୍ଗ କାଲିର ପାଇଁ ।



ଏହାହିଁ ପ୍ରକୃତି ନିୟମ ସାର

ଯେ ଯାହା କର୍ମ ସାରି ଲେଉଟାଣି ଘର ।



Rate this content
Log in