STORYMIRROR

Suresh chandra Rath

Others

3  

Suresh chandra Rath

Others

ସୁନ୍ଦର ତୃପ୍ତିରେ ଅଛି ଅବସାଦ

ସୁନ୍ଦର ତୃପ୍ତିରେ ଅଛି ଅବସାଦ

1 min
150

ସୁନ୍ଦର ତୃପ୍ତିରେ ଅଛି ଅବସାଦ

ପଦେ ପଦେ ରହି ଆସିଛି ବିପଦ

   ସତିୟ ଯୁଗରେ ଅପସରିଗଣ

    ଦେବତା ନିମିତ୍ତ ଚିତ୍ତ ବିନୋଦନ

ସାମାନ୍ୟ ତୃଟିରେ ଲଭେ ଅଭିଶାପ

ଦୁଃଖ କଷ୍ଟ ଶୋକେ କରନ୍ତି ସନ୍ତାପ

   ସତୀ ସୀତା ମାତା ବନେ ବନେ ଭ୍ରମି

   ଜୀବନ ବିତାନ୍ତି ପତି ଅନୁଗାମୀ

କୁରୂପା ରାକ୍ଷସୀ ଅଶୋକର ବନେ

କେତେ କଷ୍ଟ ଦେଲେ ମାତାଙ୍କ ଜୀବନେ

   ପ୍ରଜାନୁରଂଜନ ସୂର୍ଯ୍ୟବଂଶୀ ରାଜା

   ପରଖିଲେ ସତୀ ,ଖୁସି ହେଲେ ପ୍ରଜା

ମାତା ସର୍ବଂସହା ସହିବ ବା କେତେ

ସତୀ ସାଧ୍ବୀ ନାରୀ ପ୍ରବେଶିଲେ ଗର୍ତ୍ତେ

   ଅହଲ୍ୟା ଦ୍ରୌପଦୀ କୁନ୍ତୀ ମନ୍ଦୋଦରୀ ତାରା

   ସମସ୍ତେ ସୁନ୍ଦର ସତୀ କନ୍ୟା ପରା ? 

କେତେ ଯେ କଷଣ ଲଭନ୍ତି ଜୀବନେ

ଦୁଃଖ ଲାଗେ ,ଥରେ ପଡିଗଲେ ମନେ

   ରାଜା ରାଜେଶ୍ବର ଯୁଧିଷ୍ଠିର ଭାଇ

   ସନ୍ତାପିତ ହେଲେ ଯୁଆ ଖେଳ ପାଇଁ

ପ୍ରଭୁ ନାରାୟଣ କୃଷ୍ଣ ଅବତାରେ

କଷ୍ଟ ସହିଛନ୍ତି ଶିଶୁ ଅବସ୍ଥାରେ

   ମିଷ୍ଟ ପକ୍ବଫଳ କୀଟଦ୍ରଂଷ୍ଟ ଥାଏ

   କୀଟ କାଟିଥାନ୍ତି ସହଜ ଉପାୟେ

ସୁନ୍ଦର ଜୀବନ ନିଷ୍ପାପ ଅଟଇ

ଅତି ସହଜରେ କ୍ଷତି ସହିଥାଇ

   ଆତ୍ମତୃପ୍ତି ଲଭେ କଷ୍ଟ କରି ଜୀବ

   ଦୁଃଖ ପରେ ନିଶ୍ଚେ ଆନନ୍ଦ ପାଇବ ।

                


                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍