STORYMIRROR

Dipti lekha Mishra

Others

4  

Dipti lekha Mishra

Others

ସୁନ୍ଦର ସପନ

ସୁନ୍ଦର ସପନ

1 min
213


ଆଜି ମୁଁ ସୁନ୍ଦର ସପନ ଦେଖୁଛି

ନିବୁଜ ମୋ ନୟନରେ

ଖୋଜୁଛି ଢେର ସାରା ସୁଖ ସମୁଦ୍ର

ରାତିର ଅନ୍ଧକାରରେ ।

ସତେ ଅବା ମୁଁ ଏକ ରାଜକୁମାରୀ 

 ଯାଇଛି ନିଦ୍ରା ଶାନ୍ତିରେ

ମୋ ଚାରିପାଖରେ ହସୁଛି ପ୍ରକୃତି

ଶୋଇଛି ମୁଁ ପଲଙ୍କରେ ॥

ଯେତେ ଦୁଃଖିରଙ୍କୀ ଅଛନ୍ତି ଜଗତେ

ସଭିଏଁ ଶିଖିବେ ଯାଦୁ

ଯେତେ ଧନଗର୍ବୀ ଅଛନ୍ତି ସଂସାରେ

ସଭିଏଁ ହେବେରେ ବୁଦୁ ॥

ନାରୀ ପାଇଁ ନଥିବ ଦୁଃଖ ପାହାଡ

ପୁରୁଷ ନ ହେବେ ବାୟା

ଆଇନ କାନୁନ କିଛି ବି ନଥିବ

ଛାପା ହେବ ଖାଲି ଛାୟା ।

   


Rate this content
Log in