STORYMIRROR

Ajit Kumar Raut

Others

3  

Ajit Kumar Raut

Others

💐ସୁନ୍ଦର ଗାଆଁଟି ମୋର💐

💐ସୁନ୍ଦର ଗାଆଁଟି ମୋର💐

1 min
202


ଅତିହି ସୁନ୍ଦର ଗାଆଁଟି ଆମର

ତାର ପରି କେହି ନାହିଁ

ଖଣ୍ଡାୟତ କ୍ଷତ୍ରି ବସନ୍ତି ତାହାରେ         

ବୀରତ୍ବ ଭରାଟି ଯହିଁ।୧।


କଳାବାଡିଆ ସେ ନାମଟି ଯାହାର

ସର୍ବଗୁଣେ ପୂର୍ଣ୍ଣ ଯହିଁ    

ଖଡଖାଇ ନଈ ପବିତ୍ର କୁଳରେ        

ଅବସ୍ଥିତ ତାର ତହିଁ।୨।


ନଦୀ ନାଳେ ଗାଆଁ ଘେରିଟି ରହିଛି

ସୁସଜ୍ଜିତ କରେ ଯହିଁ

ଗଚ୍ଛ ଲତା ପୁଷ୍ପେ ସୁଷଭିତ ସ୍ଥାନ   

ଗାଆଁର ସୁନ୍ଦର ତହିଁ।୩।           


ରାଜନଗର ସେ ପ୍ରଖଣ୍ଡ ଯାହାର

ପଞ୍ଚାୟତ ବାନା ଯହିଁ 

ସଢୈଇକଳା ଓ ଖରସୁଆଁ ଜିଲ୍ଲା

ବିକ୍ଷ୍ୟତ ହୋଇଛି ତହିଁ।୪।


ଝାଡ଼ଖଣ୍ଡେ ରାଜ୍ୟେ ଅବସ୍ତି ଏହି

ଓଡ଼ିଆ ଭାଷା ଆମର            

ବିଚ୍ଛିନ୍ନାଚଳ ରେ ବିଚ୍ଛିନ୍ନ ହୋଇଛି

ଦୁର୍ଭାଗ୍ୟ ଅଟେ ଆମର।୫।


ମାଆ ଦୁର୍ଗା ଦେବୀ ଈଷ୍ଟଦେବୀ ଆମ

ଗ୍ରାମଦେବି ଶକ୍ତି ଯହିଁ

ମାଆ ମଙ୍ଗଳା ଭି ଆରାଧ୍ୟ ଟି ଆମ

ଦେବୀ ଦେବ ସ୍ଥାନ ତହିଁ।୬।     


ଓଡିଆ ଭାଷାଟି ମାତ୍ରୁଭାଷା ଯାର

ଜଗନ୍ନାଥ ଭକ୍ତି ତହିଁ

ଅନ୍ୟାୟ ବିରୁଦ୍ଧେ ଲଢିବା ଟି ଧର୍ମ

ପୌରାଣିକ ଗାଥା ଯହିଁ।୭।


ପୂର୍ବ ଅବସ୍ଥିତ ଯଜ୍ଞ ଅନୁଷ୍ଠାନ

ପଶ୍ଚିମେ ହରି ମନ୍ଦିର

ନଦୀ କୁଳେ ଅଛି ଶିବଙ୍କ ମନ୍ଦିର

ସୁଭେ ଧ୍ବନି ନିରନ୍ତର।୮।


ଅତିଥି ସେବାଟି ହୁଏ ନିରନ୍ତର

ନରଖେ ଭେଦ କାହାର

ଜନସେବା ପାଇଁ ତତ୍ପରତା ଯହିଁ

ଏହିତ ଗାଆଁ ସୁନ୍ଦର।୯।


ଦେଶ ସେବା ଅଟେ ମୂଳ ମନ୍ତ୍ର ଯାର

ପ୍ରଭୁ ସେବା ହୁଏ ତହିଁ

ଏକତ୍ରିତ ହୋଇ ଗାଆଁର ଉନ୍ନତି

କରୁଥାନ୍ତି ନିତ୍ୟେ ଯହିଁ।୧୦।


ଅତିହି ସୁନ୍ଦର ଗାଆଁଟି ଆମର

ତାର ପରି କେହି ନାହିଁ

ଖଣ୍ଡାୟତ କ୍ଷତ୍ରି ବସନ୍ତି ତାହାରେ

ବୀରତ୍ବ ଭରାଟି ଯହିଁ।୧୧।




రచనకు రేటింగ్ ఇవ్వండి
లాగిన్