STORYMIRROR

Niranjan Sahu

Others

4  

Niranjan Sahu

Others

ସୁନାର ସଂସାର

ସୁନାର ସଂସାର

1 min
203

ପ୍ରେମ କବିତାଟେ ଭଲ ଲାଗେ ବୋଲି  

        ପ୍ରେମ କବିତାଟେ ଲେଖି ବସିଲି,

କଣ ଲେଖିବି କେମିତି ଲେଖିବି

          ଚିନ୍ତା କରି କରି ବାୟା ହେଲି ।

ପାଖରେ ଦେଖିଲି ଘରଣୀ ମୋହର

        ଦେଖି ଭାବନାଟେ ମୁଣ୍ଡେ ପଶିଲା,

ପ୍ରେମ କବିତା ଭୁଲିଗଲି ସବୁ

         ଘରଣୀଙ୍କ ପ୍ରେମ ବାୟା କଲା ।

ଭାବିଲି ମୋ ପ୍ରେମ ଏଇଠାରେ ଅଛି

         ମିଛଟାରେ ଖାଲି ପ୍ରେମ ଖୋଜୁଛି,

ସ୍ୱାମୀ ସ୍ତ୍ରୀ ପ୍ରେମ ଶ୍ୱାସତ ସୁନ୍ଦର

         ଯୁଗେ ଯୁଗେ ଯାହା ସତ ହୋଇଛି ।

ଆଜିକାଲି ପ୍ରେମ ଅଢେଇ ଦିନିଆ

          ଅଢେଇ ଦିନରେ ଭାଙ୍ଗି ଯାଉଛି,

ସ୍ୱାମୀ ସ୍ତ୍ରୀ ପ୍ରେମ ଚିରସ୍ଥାୟୀ ଅଟେ

          କାହିଁ କୋ ଯୁଗରୁ ରହିଆସିଛି ।

ସବୁ ଚାଲିଯିବେ ସବୁ ଭୁଲି ଯିବେ

           ସ୍ୱାମୀ ସ୍ତ୍ରୀ ମିଳିମିଶି ରହିବେ,

ଶେଷ ସମୟରେ ଦୁହେଁ ଦୁହିଁକର

         ସୁଖ ଦୁଃଖର ସାଥି ହୋଇବେ ।

ସ୍ୱାମୀ ସ୍ତ୍ରୀ ମଧ୍ୟେ ସୁ ସମ୍ପର୍କ ରଖି,

           ଯଦି ମିଳିମିଶି ଚଳିପାରିବ

କିଛି ନହେଲେ ବି ଶେଷ ସମୟରେ

ଦୁହେଁ ଦୁହିଁଙ୍କର ସାହାରା ହେବ,

ମୋକଥା ମନେ ରଖିବ

ଦୁହେଁ ଦୁହିଁଙ୍କୁ ସମ୍ମାନ ଦେଇ

ସୁନାର ସଂସାର ଗଢ଼ିବ ।


Rate this content
Log in