STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Others

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Others

ସୁନାପୁଅ

ସୁନାପୁଅ

1 min
216

ଶୁଣିଛି ଦେଖିଛି ପଢିଛି ଜାଣିଛି

   ଅନେକରେ ଏକ ମିଳେ ସୁନାପୁଅ,

ସ୍ୱଭାବ ଚରିତ୍ର ନମ୍ର ବ୍ୟବହାର

    ହୃଦୟରୁ ବହେ ତା' ଅମୃତ ସୁଅ।


ଧର୍ମ ଶାସ୍ତ୍ର କହେ ସେବା ତ୍ୟାଗ କରି

   ପିତାମାତା କୋଳେ ଲଭନ୍ତି ସୁପୁତ୍ର,

ତାଙ୍କ ପୁଣ୍ୟ ବଳେ ପାଇଥାନ୍ତି ଫଳ

   ସଂସାରେ ଏ ସିଦ୍ଧାନ୍ତ ନୁହେଁ ବିଚିତ୍ର।


ସୃଷ୍ଟିର ନିୟମ ହୋଇ ବ୍ୟତିକ୍ରମ

    ଇଚ୍ଛା ଅନୁଯାୟୀ ହୁଏ ନାହିଁ କିଛି,

ଆମ୍ବଡା ବୃକ୍ଷ ରୋପି ଖୋଜିଲେ ଆମ୍ବ

  କେବେ କି କାହାକୁ କେଉଁଠି ମିଳିଛି ?


ବାଇବେଲ କହେ ପିତା ପୁତ୍ର ଏକ

   ବିବେକ ବିଚାରେ ନ ଥାଏ ଫରକ,

ଆଚାର ବ୍ୟବହାରେ ମେଳ ଅନେକ

    ଦୃଷ୍ଟାନ୍ତ ଅଛି ତାର ଦୁନିଆଁ ଯାକ।


ସଭିଏଁ ଖୋଜନ୍ତି ସୁନାପୁଅଟିଏ

   ଜନମୀ ରଖୁ ସେ ବଂଶର ମର୍ଯ୍ୟାଦା,

ପ୍ରଦୀପ ସମ ଆଲୋକର ପ୍ରତୀକ

  ହୋଇ ଆଲୋକିତ କରୁଥାଉ ସଦା।


ଲାଳନେ ପାଳନେ ସେବା ଯତ୍ନ କରି

    ପିତାମାତା କରିଥାନ୍ତି ଉପଯୁକ୍ତ,

ଶିକ୍ଷା ଦୀକ୍ଷା ପାଇ ହୁଏ ସେ ସଂସ୍କାରୀ

  ନ୍ୟାୟ ନୀତି ତାର କରେ ଅଭିବ୍ୟକ୍ତ।


ସୁନା ପରି ମୂଲ୍ୟବାନ ସୁନାପୁଅ

   ସଂସାର ହାଟରେ ସର୍ବଦା ମହଙ୍ଗା,

ଯିଏ ଯାହାର ତା' ଅର୍ଥ ନେଇ

   କିଣି ନ ପାରିଲେ ହୁଏ ମନଭଙ୍ଗା।


ସମାଜ ମଙ୍ଗଳେ ସୁନାପୁଅଟିଏ

   ରହିଥାଏ ଜନହିତେ କାର୍ଯ୍ୟରତ,

ସଭିଙ୍କ ମନ ବୁଝି ଚଳି ଥାଏ ସେ

 ହୁଏ ନାହିଁ କେବେ ବ୍ୟଥାରେ ବ୍ୟଥିତ।


ଈଶ୍ୱର ଦିଅନ୍ତି ଅଶେଷ ଆଶିଷ

    ସୁନାପୁଅ ମୁଣ୍ଡେ ଢାଳି ଅବିରତ,

ସବୁରି କଲ୍ୟାଣେ ରହି ତତପର

   ଶାନ୍ତିମୟ କରନ୍ତୁ ସାରା ଜଗତ।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍