STORYMIRROR

Gouri Panda

Others

3  

Gouri Panda

Others

ସୁନାବେଶ

ସୁନାବେଶ

1 min
255

କିଏ ବସିଛି ଲୋ ସଖି

ଆଡପ ମଣ୍ଡପେ।

ତାର ଚକା, ଚକା ଆଖି 

ଭକତଙ୍କୁ ମାପେ।


ସେଇ କାଳିଆର ମାୟା

ଜାଲରେ ଭକତ। 

ଦେଖ କି ସୁନ୍ଦର ଆହାଃ

ତାର ରଥଯାତ। 


ଆଜି ପରା ତାର ହେବ

ରଥେ ସୁନାବେଶ। 

ସେଇ କାଳିଆର ଆଜି 

ଦେଖ ରାଜବେଶ। 


ଶୁକ୍ଳ ଆଷାଢର ଶେଷ 

ଘୋଷଯାତ୍ରା ଦିନ। 

ସିଂହଦ୍ଵାର ଠାରେ ହୁଏ 

ଦୁର୍ଲଭ ଦର୍ଶନ। 


ତିନି ଠାକୁର ହୁଅନ୍ତି 

ସୁନାରେ ମଣ୍ତିତ। 

ବେଶରେ ସଜ୍ଜାନ୍ତି ତାଙ୍କୁ 

ଭକ୍ତ ସେବାୟତ। 


ଶିରି ଅଙ୍ଗେ ଲାଗି ହୁଏ 

କଦମ୍ବର ମାଳି। 

ଚନ୍ଦ୍ର, ସୂର୍ଯ୍ୟ, ଶ୍ରୀପୟର

ହରିଡାର ମାଳି। 


ଆଡକାନି, ଶ୍ରୀଖଣ୍ଡିକା 

ଘାଗଡାର ମାଳି। 

ତଗଡି, ସେବତୀମାଳି

ବାଘନଖ ମାଳି। 


ସ୍ୱର୍ଣ୍ଣ ଚନ୍ଦ୍ର, କାନ, ଶଙ୍ଖ 

ଶ୍ରୀଭୁଜ, କିରିଟୀ।

ଝୋବା, କଣ୍ଠ, ଯେ ଆୟୁଧ 

ସେ କମରପଟି। 


ରଥେ ବିଜେ ସୁନାବେଶେ

ଚତୁର୍ଦ୍ଧା ମୂରତି। 

ସେବା କରୁଥାନ୍ତି ତାଙ୍କୁ 

ସେ ଦଇତାପତି।


ବେଶ ଦେଖି ହୁଏ ଭିଡ

ବିଳମ୍ବିତ ରାତି। 

ଦିବ୍ୟ ରୂପକୁ ଦର୍ଶନେ

ମିଳଇ ମୁକତି।


ସୁନା ଝଲସଇ ଦେଖ 

ମହଣେ, ମହଣେ। 

କୃତ୍ୟ, କୃତ୍ୟ ହୁଏ ଭକ୍ତ 

ସେ ରୂପ ଦର୍ଶନେ। 


ରଥ ତ୍ରୟ ସିଂହଦ୍ଵାରେ

ସୁନାବେଶ ଦିନେ। 

ବଡ ତଢାଉ ଏବେଶ

ରତ୍ନ ସିଂହାସନେ। 


ଆମ୍ବ, ପଣସ, ନଡିଆ

ଧୂଆମୁଗ, କୋରା। 

ଖଣ୍ଡେ ଶାଢୀ ଓ ଖଣ୍ଡୁଆ 

ଭୂଜେ ବଳାପରା। 


ରଥାରୂଢ ଠାକୁରଙ୍କୁ 

ଯେ କରେ ଦର୍ଶନ। 

ଭକ୍ତ, ପ୍ରାଣ ଭକ୍ତିଭାବ 

ହୁଏ ସଞ୍ଚରଣ। 


ଭବ୍ୟ ଏ ସୁବର୍ଣ୍ଣ ବେଶ

କରିଲେ ଦର୍ଶନ। 

ପ୍ରାଣ ପାଇଥାଏ ମୋକ୍ଷ 

ମିଳିଥାଏ ପୂଣ୍ୟ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍