Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଉମା ଶଙ୍କର ମାଝୀ

Children

3  

ଉମା ଶଙ୍କର ମାଝୀ

Children

ସୁନା ପିଲା ହୋଇଗଲୁ

ସୁନା ପିଲା ହୋଇଗଲୁ

1 min
278



ବହିକୁ ଲୁଚେଇ   ପାଠ ନ ପଢ଼ିଣ 

   କଲୁ ଦିନେ ଆମ୍ବ ଚୋରି 

ଫେରିଲା ବେଳକୁ   ବହିଖାତା ନାହିଁ 

    କିଏ ନେଇ ଗଲା ଧରି l 0 l


ଗୁରୁଙ୍କର ଛାଟ   ପିଠିରେ ପଡିଲା 

    ସେଇଦିନୁ ହେଲୁ ସିଧା 

ଚୋରୀ କରିବାଟା  ନିହାତି ଖରାପ  

    ଭଲ କାମେ ଦିଏ ବାଧା l 1 I


କାନ ଧରି ଗୁରୁ   କହିଲେ ରେ ପିଲେ  

    ମନ ଦେଇ କଥା ଶୁଣ

ଯଦି ଚାହଁ ତୁମେ   ହେବ ଭଲ ପିଲା 

     ଭଲକୁ କର ଗ୍ରହଣ l 2 l


 ଦେଖିଥିବ ମାଛି    ଅବା ମହୁମାଛି 

    ଦୁହିଁଙ୍କ କାମ ଅଲଗା 

 ମାଛିକୁ ଲାଗଇ   ଘାଆଟି ସୁନ୍ଦର 

   ମହୁମାଛି ଫୁଲ ଜାଗା l 3 l


 ଦୋଷ ଆଉ ଗୁଣ  ସମସ୍ତଙ୍କ ଥାଏ 

    ଏକଥା ମନେ ରଖିବା 

 ଦୋଷ ତ୍ୟାଗ କରି  ସର୍ବଦା ଜୀବନେ 

    ଗୁଣ ଗ୍ରହଣ କରିବା l 4 l


 ଛାତ୍ର ଜୀବନଟି   ମଣିଷ ଜୀବନେ 

     ସବୁଠାରୁ ମୂଲ୍ୟବାନ 

  ଶୃଙ୍ଖଳା ବିହୀନ   ଜୀବନଯାପନ 

     ଭବିଷ୍ୟତ କରେ ଶୂନ୍ୟ l 5 l


 ବିଦ୍ୟା ଅଧ୍ୟୟନ    ନିତ୍ୟକର ତୁମେ 

    ଅଭ୍ୟାସକୁ ରଖ ଜାରି  

 ପରିଶ୍ରମ କଲେ    ସକଳ ସମ୍ଭବ

    ସଫଳତା ନୁହେଁ ଡେରି l 6 I


 ￰ ପାଖରେ ରହିଲେ  ଆତ୍ମ ବିଶ୍ୱାସଟି 

    ଡରିବାର କିଛି ନାହିଁ 

  ଗିରିକୁ ଲଙ୍ଘଇ   ପଙ୍ଗୁ ହେଲେ ମଧ୍ୟ 

   କେ ନୁହେଁ ବିଶ୍ୱାସ ସରି l 7 l


  ପରିଶ୍ରମ ପ୍ରତି  ଅବହେଳା କଲେ 

    କଷ୍ଟ ଭୋଗିବାଟା ସାର

  ଶ୍ରମରେ ନିହିତ  ପ୍ରକୃତ ଆନନ୍ଦ 

    ମନେ କଥାଗଣ୍ଠି କର  l 8 l


  ଗୁରୁ ଉପଦେଶ  ଶୁଣି ସବୁ ସାଙ୍ଗ 

    ମନରେ ବିଚାର କଲୁ 

  ଛାଡ଼ି ଦୁଷ୍ଟ ଗୁଣ  ହେବୁ ଭଲ ପିଲା

    ମନରେ ଶପଥ ନେଲୁ l 9 l


  ଗୁରୁଙ୍କ ଆଶିଷ  ଆଉ ଉପଦେଶେ  

     ପାଇଁ ସର୍ବେ ଖୁସି ହେଲୁ 

   ସେହି ଦିନ ଠାରୁ ବିଦ୍ୟାଳୟ ଠାରେ 

    ସୁନା ପିଲା ହୋଇଗଲୁ l 10 l






Rate this content
Log in