ସୁନା ଝିଅ
ସୁନା ଝିଅ
1 min
14.4K
ଲଙ୍ଗଳ ମୂନରେ ମୁହିଁ କରିବି ଚାଷ
ମନରେ ରଖଛି କେତେ ଦୃଢ ବିଶ୍ବାସ
ପାଠ ପଢିବାପାଇଁ ମୋର ବହୁତ ଇଛା
ବାଧକ ସାଜିଛି ଆଜି ଅର୍ଥ ପଇସା
ମୁଁ ଝିଅ ବୋଲି ମନ କରିବନି ଊଣା
ସୁଝି ଦେବି ମୁଁ ତୁମର ସବୁ ପାଉଣା
ମନରେ ରଖିଛି ଅବା ବହୁତ ଆଶା
ପୂରଣ କରିବି ନିଶ୍ଚୟ ତୁମର ମନବାଞ୍ଛା
ବାପାଙ୍କ ମନକୁ ମୁଁ ବୁଝାଇ କହେ
ଝିଅ ନୁହଁ ମୁଁ ତୁମର ଏକା ପୁଅଟିଏ
ଡକ୍ଟର ଝରଣା ଶତପଥୀ
