ସୁନା ଝିଅ..
ସୁନା ଝିଅ..
1 min
274
ତୁ ଅଟୁ ଘର ଅଗଣାର ଟିକି ଫୁଲଟିଏ
ତତେ ଦେଖି ଦେଖି ନୀତି ଦିନ କଟିଯାଏ
ବାପାମାଆଙ୍କ ତୁ ରତ୍ନ ଅଳଙ୍କାର ଟିଏ
ଟିକେ ଫୁଲେଇ ତୁ ଟିକେ ଅଭିମାନୀ ଟିଏ ||
ତୋ ବିନା ଏ ଅଗଣା ଲାଗେ ଫିକା ଫିକା
ତୁ ହେଲୁ ଏ ଘରର ଲକ୍ଷ୍ମୀ ପ୍ରତିମା
ତୁ ହସିଲେ ଆମ ଏ ଘର ଅଗଣା ହସେ
ତୁ ରୁଷିଲେ ଆମ ଏ ଘର ଅଗଣା ରୁଷେ ||
ଜନ୍ମଦିନ ଉପଲକ୍ଷେ ମୋର ଶୁଭ କାମନା
ସବୁବେଳେ ଖୁସିରେ ରହ ଏତିକି ପ୍ରାର୍ଥନା
କେବେ ନ ଆସୁ ବାଧା ବିଘ୍ନ ତୋ ଜୀବନେ
ତୋ ଚଲାପଥରେ ଫୁଲ ବରଷୁ ତୋ ବାଟରେ ||
