Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alka Mohanty

Others

3.4  

Alka Mohanty

Others

ସୁମନାସ

ସୁମନାସ

1 min
191



ଆହେ ଚତୁର୍ଭୁଜ  ତୁମ ଛବି ଦେଖି

    ମନ ସନ୍ତାପିତ ହୁଏ,

ଯିବି ମୁଁ ଧାମକୁ  ଦର୍ଶନ କରିବି

    ଚତୁର୍ଦ୍ଧାମୂର୍ତ୍ତିଙ୍କୁ କେବେ ?


ନିରୋଗ ନିର୍ମଳ  ଚତୁର୍ପlଶ୍ୱ ହେଉ

    ଖୋଲି ଯାଉ ସବୁ ରାସ୍ତା,

ବଡ଼ଦାଣ୍ଡେ ହେଉ  ଭକତଙ୍କ ମେଳି

    ନଥାଉ ଯେ କଟକଣା ।


ଚନ୍ଦ୍ର ସୂର୍ଯ୍ୟ ଦେବେ କିରଣେ ଆଶିଷ

     ଶୁଦ୍ଧ ହେବ ମହୋଦଧି,

ପବନ ଦେବତା  ସେବାରେ ରହିବେ

     ବିଶୁଦ୍ଧ ହୋଇବ ମହୀ।


ତୁମେ ଯେବେ ପ୍ରଭୁ  ଆଶିଷ ଢାଳିବ 

     କି କରି ପାରିବ ମାୟା,

ଜୀବାଣୁ , ଭୁତାଣୁ  ରୂପକ ରାକ୍ଷସ!

    ନଷ୍ଟ ହେବ ତାଙ୍କ କାୟା ।


ଯେବେ ସାଧୁଜନ ଯୋଗ ବଳେ ତାଙ୍କ

    ହୋଇବେ ତୁମ ଆଶ୍ରିତ,

ସ୍ଵର୍ଗ ପାଲଟିବ   ଏ ମହୀ ମଣ୍ଡଳ

     ଉଦ୍ଧାର ହେବେ ପତିତ।


ଜଗନ୍ନାଥ ତୁମେ   ଜଗତ ଈଶ୍ୱର

    ଦୟା ରଖ ଦୀନ ଜନେ,

ଭାବଗ୍ରାହୀ ତୁମେ ଭାବର ଠାକୁର

    ସଦଭାବନା ଦିଅ ମନେ।


କରୋନା କରୋନା  ନ ଆସୁ ମନରେ

    କର - ନା , କର - ନା ହେଉ,

ସୁକର୍ମ କରିବୁ  ମାୟା ଜୀତ ହେବୁ

     ଅତିନ୍ଦ୍ରୀୟ ସୁଖ ପାଉ।




Rate this content
Log in