STORYMIRROR

Balaram Barik

Others

2  

Balaram Barik

Others

ସୁଖ କୋଉଠି ଅଛି ?

ସୁଖ କୋଉଠି ଅଛି ?

1 min
111


ମଣିଷ ଖୋଜି ବୁଲୁଛି ସୁଖ କୋଉଠି ଅଛି ?

ଟିକେ ସୁଖ ପାଇଁ ଅନ୍ୟକୁ ଦୁଃଖ ଦେଇ ଚାଲିଛି।

ମଣିଷ ଏଠି ସବୁ ଶସ୍ତା ଖୋଜୁଛି ...

ଶସ୍ତା ଡାଲି ,ଶସ୍ତା ଚାଉଳ, ଶସ୍ତା ଛେଳି ମାଂସ 

ଆଉ ଶସ୍ତା ମୋବାଇଲ ଡାଟା ଖୋଜୁଛି।

ଶସ୍ତା ଗାଡି ,ଶସ୍ତା ଲୁଗାରେ ଦାମିକା ଧଡି ଖୋଜୁଛି।

ଅସରନ୍ତି ଆଶା ର ସୌଦାଗର ହେଇଛି।

ସତ୍ୟ କୁ ଭୁଲିଛି, ସତ୍ତା କୁ ଜାବୁଡ଼ି ଧରୁଛି...

କ୍ଷଣ ଭଙ୍ଗୁର ପ୍ରାୟ ଏ ପୃଥିବୀରେ

ଚିରକାଳ ରହିବାକୁ ଜିଦି ଧରି ବସିଛି....

ସୁଖ ଖୋଜୁଛି ,ଦୁଃଖ କୁ ଶତ୍ରୁ ଭାବୁଛି...

ଭାଈ ଦୁଃଖ ତ ଆମର ପରମ ମିତ୍ର 

ସବୁବେଳେ ପରା ସାଥିରେ ଅଛି..

ସୁଖ ସାଙ୍ଗେ ବୈର ଭାବ ରଖ ,

ସେ ତ ମେଘୁଆ ଆକାଶର ବିଜୁଳି...

କାମିନି ପରି କ୍ଷଣିକ ସୁଖ ଦେବା ଜାଣିଛି....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍