STORYMIRROR

Dasarathi Sahu

Others

2  

Dasarathi Sahu

Others

ସୁଖ ଚାରଣାକୁ ଦୁଖ ବାରଣା

ସୁଖ ଚାରଣାକୁ ଦୁଖ ବାରଣା

1 min
973


ଜୀବନ ଜମାରୁ ଦୁଇ ଦିନ ଖେଳ

କେବେ ସୁଖ କେବେ ଦୁଃଖ

ଦୁଃଖ ଦରିଆରେ ଦେହ ଧୋଉଥିଲେ

ସୁଖ ହୁଅଇ ବିମୁଖ

ବିମୁଖ ବିବାଦ ସାଜେ ଆର୍ତ୍ତନାଦ

କଳହର ପ୍ରାନ୍ତରରେ

କଟୁକ୍ତି ଶିକୁଳି ବନ୍ଧନକୁ ଟାଳି

ଆପଣାପଣ ନିବାରେ

ଦି'ଘଡି ଆୟୂଷ ଭରେ ଅବସୋସ

ଯନ୍ତ୍ରଣାରେ ଜର୍ଜରିତ

ଆଶ୍ୱାସନା ଅଳ୍ପ ବଞ୍ଚିବା ବିକଳ୍ପ

ଆଶା କରେ ପ୍ରମାଣିତ

ଭେଳିକି ଭାଳେଣି ବହଇ ଉଜାଣି

ଭୁଷୁଡି ପଡେ ଭରଣା

ସୁଖ ଚାରଣାକୁ ଦୁଃଖତ ବାରଣା

ଜଗତର ବୁଝାମଣା

ଦାଶରଥି ସାହୁ

କଳମ୍ବ/ଗଜାଂମ


Rate this content
Log in