ସୁଖ ଚାରଣାକୁ ଦୁଖ ବାରଣା
ସୁଖ ଚାରଣାକୁ ଦୁଖ ବାରଣା
1 min
978
ଜୀବନ ଜମାରୁ ଦୁଇ ଦିନ ଖେଳ
କେବେ ସୁଖ କେବେ ଦୁଃଖ
ଦୁଃଖ ଦରିଆରେ ଦେହ ଧୋଉଥିଲେ
ସୁଖ ହୁଅଇ ବିମୁଖ
ବିମୁଖ ବିବାଦ ସାଜେ ଆର୍ତ୍ତନାଦ
କଳହର ପ୍ରାନ୍ତରରେ
କଟୁକ୍ତି ଶିକୁଳି ବନ୍ଧନକୁ ଟାଳି
ଆପଣାପଣ ନିବାରେ
ଦି'ଘଡି ଆୟୂଷ ଭରେ ଅବସୋସ
ଯନ୍ତ୍ରଣାରେ ଜର୍ଜରିତ
ଆଶ୍ୱାସନା ଅଳ୍ପ ବଞ୍ଚିବା ବିକଳ୍ପ
ଆଶା କରେ ପ୍ରମାଣିତ
ଭେଳିକି ଭାଳେଣି ବହଇ ଉଜାଣି
ଭୁଷୁଡି ପଡେ ଭରଣା
ସୁଖ ଚାରଣାକୁ ଦୁଃଖତ ବାରଣା
ଜଗତର ବୁଝାମଣା
ଦାଶରଥି ସାହୁ
କଳମ୍ବ/ଗଜାଂମ
