STORYMIRROR

Pranati Mahapatra

Others

3  

Pranati Mahapatra

Others

ସୁବର୍ଣ୍ଣପୁର ଜିଲ୍ଲା

ସୁବର୍ଣ୍ଣପୁର ଜିଲ୍ଲା

1 min
136



ସୋନପୁର ଜିଲ୍ଲା ପୂର୍ବେ ବଲାଙ୍ଗୀର

ସଙ୍ଗେ ମିଶିକରି ଥିଲା,

୧୯୯୩ଏପ୍ରିଲ ୧ ରେ ଅଲଗା ହୋଇ

ସୁବର୍ଣ୍ଣପୁର ହୋଇଲା।(୧)


ଦକ୍ଷିଣ ଓ ଦକ୍ଷିଣପୂର୍ବେ 

ଅବସ୍ଥିତ ବୌଦ୍ଧ ଜିଲ୍ଲା

ସୁବର୍ଣ୍ଣପୁର ଉତ୍ତରରେ ସମ୍ବଲପୁର

ପଶ୍ଚିମରେ ବଲାଙ୍ଗୀର ଜିଲ୍ଲା।(୨)


ସୋମବଂଶୀ ରାଜାଙ୍କ ଶାସନ କାଳୁ

ନାମ ସୁବର୍ଣ୍ଣପୁର ଆସିଛି,

ସୋନପୁର ମଧ୍ୟ କୁହାଯାଏ ତାକୁ

ଅନେକ ମୁଖୁଁ ଶୁଣିଛି।(୩)


ସୋନପୁର ସାଂସ୍କୃତିକ କଳା ତନ୍ତବୁଣା

 ଲୁଗା କାରିଗରୀ ହାତତିଆରି

ଟୋରାକୋଟା ପିତଳ କାମ ପଥର ଖୋଦେଇ

ତରଭାର ଫିଲିଗିରି ଧାନରେ ହାତ ତିଆରି।(୪)


ହସ୍ତକର୍ମ କଳାକୃତି ପାଇଁ

ସୋନପୁର ଯେ ପ୍ରସିଦ୍ଧ

ମେଳା ମଉଛବେ ଦେଖି ଦେଲେ ଥରେ

ଦୃଷ୍ଟି ତା ପରେ ନିବଦ୍ଧ ।(୫)


ମହାନଦୀ ଅଙ୍ଗ ତେଲ ସୁକତେଲ

ସୋନପୁରର ମୁଖ୍ୟନଦୀ

ଓଡ଼ିଶାର ପଶ୍ଚିମରେ ଅବସ୍ଥିତ

ଆୟତନ ୨,୨୮୪.୪ ବର୍ଗକି.ମି।(୬)


ଭାଦ୍ରବ ମାସରେ ସପ୍ତପୁରୀ ଅମାବାସ୍ୟା

ଲଙ୍କାପୋଡି ଉତ୍ସବ ଯେ ପାଳିତ

କାଳ୍ପନିକ ଲଙ୍କା ଦହନ କରନ୍ତି

ମାଟି ହନୁ ମୂର୍ତ୍ତି ଗଢିତ।(୭)

ପ୍ରଣତି ମହାପାତ୍ର


ଆସ ବୁଲି ଯିବା ସୁବର୍ଣ୍ଣପୁର ର 

ପର୍ଯ୍ୟଟନ ଜାଗା ମାନଙ୍କୁ,

ମନୋରମ ଦୃଶ୍ୟ ଦେଖି ଖୁସି ହେବା

ଡକାଡକି ହୋଇ ସଭିଙ୍କୁ।(୮)


ସୋନପୁରର ପ୍ରସିଦ୍ଧ ଦେବୀ 

ଲଙ୍କେଶ୍ଵରୀ ଠାକୁରାଣୀ

ସୁବର୍ଣ୍ଣମେରୁ ମନ୍ଦିରେ 

ମହାଦେବ ପୂଜା ପାଆନ୍ତି

କୋଟସମଲାଏ ପାହାଡ

ପୂଜିତ ଜଗନ୍ନାଥ ଠାକୁର,

ପାତାଳୀ ଶ୍ରୀକ୍ଷେତ୍ର ନାମରେ ନାମିତ

ଅଟେ ପରା ସୁବର୍ଣ୍ଣପୁର।(୯)


ମହିମା ପୀଠ ମେଟକାନୀ

     କପିଳେଶ୍ୱର ମନ୍ଦିର

ସୁରେଶ୍ଵରୀ ରାମେଶ୍ୱର ପାପକ୍ଷୟ

    ପୀଠ ଚମ୍ପେଶ୍ଵର ମନ୍ଦିର।(୧୦)

ପ୍ରଣତି ମହାପାତ୍ର


ସୋନପୁରର ଦର୍ଶନୀୟ ସ୍ଥାନେ

ପର୍ଯ୍ୟଟକ ହୁଅନ୍ତି ଭିଡ଼

ପ୍ରାକୃତିକ ଦୃଶ୍ୟ ରାଜି ମଧ୍ୟେ

ସୋନପୁର ଜିଲ୍ଲା ଅବସ୍ଥିତ।(୧୧)




Rate this content
Log in