STORYMIRROR

Sunanda Mohanty

Children Stories Classics Inspirational

4  

Sunanda Mohanty

Children Stories Classics Inspirational

ସୁବାଷ ବୋଷଙ୍କ ଜୟନ୍ତୀ

ସୁବାଷ ବୋଷଙ୍କ ଜୟନ୍ତୀ

1 min
217


ଅଠରଶହ ସତାନବେ ଜାନୁଆରି ତେଇଶ

କଟକ ଓଡ଼ିଆ ବଜାରରେ ଜନ୍ମି ସୁଭାଷ 

ପ୍ରଭାବଶାଳୀ ବ୍ୟକ୍ତିତ୍ୱରେ ପ୍ରଭାବିତ ଭାରତୀୟ 

ମାତା ପ୍ରଭାବତୀ ବାପା ଜାନକୀନାଥ ବୋଷ 

ମେଧାବୀ ଛାତ୍ର ରୂପେ ପରିପ୍ରକାଶ 

ବନ୍ଦୀ ଭାରତୀୟଙ୍କୁ ନେଇ ଆଜାଦ ହିନ୍ଦି ଫୌଜ 

ଯୋଗଦେଲେ ଭାରତୀୟ ଜାତୀୟ କଂଗ୍ରେସ 

ସଚ୍ଚା ସୈନିକ ମୁଣ୍ଡ ନନୁଆଇଁ ଇଂରେଜ ପାଶ 

ମତେ ରକ୍ତ ଦେଲେ ମୁଁ ତୁମକୁ ସ୍ବାଧୀନତା ଦେବି 

କହି ଉଡ଼ାଇଲେ ଦେଶବାସୀଙ୍କ ହୋସ 

ମୃତ୍ୟୁ ଯଦିବି ଆଜି ବି ଅସ୍ପଷ୍ଟ 

ତଥାପି ମିଳିଛି ମୃତ୍ୟୁର ପାଉଁଶ 

ସୁସ୍ପଷ୍ଟ ସେ କର୍ମରେ ସତେ ନନ୍ଦିଘୋଷ 

ସ୍କୁଲ ହେଡ଼ମାଷ୍ଟର ବେଣୀମାଧବ ସାର 

ଜାଣିଥିଲେ ସୁବାଷ ହେବ ବଡ଼ମଣିଷ 

ତୁଳସୀ ଦୁଇପତ୍ରରୁ ବାସିବା ପରି 

ଜନସେବା ସମାଜସେବୀ ରୂପେ ପରିପ୍ରକାଶ 

ଗୋଲାମ ଶବ୍ଦର ଅର୍ଥରେ ବିଚଳିତ ହୋଇ 

ଦିଲ୍ଲୀ ଚଲୋ ଡାକରାରେ ସ୍ୱାଧୀନତା 

ଅନଳରେ ଦେଲେ ଝାସ ସେ ବୀରପୁରୁଷ


Rate this content
Log in