STORYMIRROR

DR PRASANTA KUMAR BISWAL

Others

3  

DR PRASANTA KUMAR BISWAL

Others

ସତ୍ୟର ସନ୍ଧାନ

ସତ୍ୟର ସନ୍ଧାନ

1 min
11.9K

ମୃତ୍ୟୁ

ଏକ ନିଶ୍ଚିତ ଲକ୍ଷ୍ୟ,

ଦୁର୍ବାର ସେ ସତ୍ୟ ।


ଅମ୍ଳାନ ଚିରନ୍ତନ

ଶାଶ୍ୱତ ଏ ଜୀବନ ।


ସକଳ ଅଲକ୍ଷ୍ୟରେ

ସର୍ବ ଅଜାଣତରେ

ଆମ ଅଗୋଚରରେ

ପ୍ରଧାବିତ ସେ ।


ବିରାମ ହୀନ

ବିଶ୍ରାମ ଶୂନ୍ୟ

ନିରବଚ୍ଛିନ୍ନ ସ୍ରୋତ

ପ୍ରବାହିତ ଜୀବନ ଯାତ୍ରାର ।


ଚୁକ୍ତି କରି ଆସିଥିବା

ଏ ପାର୍ଥିବ ଶରୀର

ଅଳିକ ଅଭିନୟ

ଏ ପାନ୍ଥଶାଳାର

ଘୁରିବୁଲେ,ମୁଁ ଆଉ ମୋର ବଳୟର ।


ବିସ୍ମରି ଯାଏ ସେ

ମାୟା ମୋହ ବିଷୟ ଜଞ୍ଜାଳର ।


ଆତଙ୍କ ରେ ଛଟପଟ ଆଜି

ଅନାଗତ ଲକ୍ଷ୍ୟ ଆଶଙ୍କାର ,

ପ୍ରକମ୍ପିତ ସମଗ୍ର ଶରୀର ।


ଅହରହ ଜୀବନକୁ

ନିନ୍ଦୁଥିବା ମଣିଷଟି

ଗୋଟାଉଛି ସମସ୍ତ ଉପାୟକୁ,

ସାରୁପତ୍ରରେ ବାନ୍ଧିବା ଲାଗି ,

ନିର୍ବାପିତ ହେଉଥିବା

ବନ୍ଧନ ମୁକ୍ତ ପ୍ରାଣକୁ ।


ଉତ୍ଥାନ ପତନ

ଜୀବନ ମରଣ

ସବୁ ବିଧିର ବିଧାନ,

ଧର୍ମ ସହ କର୍ମର ସନ୍ଧାନ ,

କର୍ମ ହିଁ ଜନ୍ମର ନିୟନ୍ତ୍ରଣ

ଅସାର ସୃଷ୍ଟିରେ

କେବଳ ସାର ହିଁ, ସତ୍ୟର ସନ୍ଧାନ ।


Rate this content
Log in