STORYMIRROR

Ajit Kumar Raut

Others

4  

Ajit Kumar Raut

Others

ସତ୍ୟର ମନ୍ଥନ

ସତ୍ୟର ମନ୍ଥନ

1 min
564

ଦୀର୍ଘ ବର୍ଷ ପରେ ସତ୍ୟର ମନ୍ଥନ

ସତ୍ୟବାଦୀ ଦେବା ପାଇଁ

ଉଚିତ ସମୟ ସତ୍ୟର ପ୍ରବାହ

ଦିଶୁଛି ଦେଶର ପାଇଁ।୧।


ଅସତ୍ୟ କାହାଣୀ ସରୁଛୁ ଦେଶରୁ

ଧର୍ମର ହେଉଛି ଜୟ

ପବିତ୍ରତା ଗନ୍ଧ ଫୁଟି ପଡୁଅଛି

ଅଧର୍ମର ପରାଜୟ।୨।


ମନ୍ଥନ ପରିଟି ମନ୍ଥନ ଚାଲିଛି

ସତ୍ୟ ଅସତ୍ୟର ମଧ୍ୟେ

ସତ୍ୟପଥ ଜନ ଗ୍ରହଣ କରନ୍ତି

ଅହିଂସାର ମନ୍ତ୍ର ମଧ୍ୟେ।୩।


ପୌରାଣିକ ଗାଥା ଆବିର୍ଭାବ ହୁଏ

ସନାତନ ଧର୍ମ ମଧ୍ୟେ

ରାମଙ୍କ ଆଦର୍ଶ ପ୍ରସ୍ଫୁଟିତ ହୁଏ

ଦେଶର ଜନତା ମଧ୍ୟେ।୪।


ସର୍ବେ ସୁଖିନାର ପବିତ୍ର ମନ୍ତ୍ରର

ଅନ୍ତଗମ୍ୟ ହୁଏ ଜନେ

ଜନକଲ୍ୟାଣରେ ଲାଗିରହିଛନ୍ତି

ସ୍ୱପ୍ନ ରାମରାଜ୍ୟ ମନେ।୫।


ଚତୁର୍ଦ୍ଦିଗ ଆଜି ଆତ୍ମବିଶ୍ୱାସର

ସମୀର ବହି ଚାଲିଛି

ଆତ୍ମନିର୍ଭରର ପୂଣ୍ୟ ଅସ୍ତ୍ରଶସ୍ତ୍ର

ଏବେଟି ଦେଶ ଧରିଛି।୬।


ଧର୍ମରାଜ୍ୟ ଏହି ରାମରାଜ୍ୟ ଏହି

ଏହି ତ ମୋଦିଙ୍କ ରାଜ୍ୟ

ତାଙ୍କରି ଶକ୍ତିରେ ସମ୍ଭବ ହେଉଛି

ଚାଲିଛିଟି ରାମରାଜ୍ୟ।୭।


ଦୀର୍ଘ ବର୍ଷ ପରେ ସତ୍ୟର ମନ୍ଥନ

ସତ୍ୟବାଦୀ ହେବା ପାଇଁ

ଉଚିତ ସମୟ ଉଚିତ ପ୍ରବାହ

ଦିଶୁଛି ଦେଶ ପାଇଁ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍