STORYMIRROR

Ajit Kumar Raut

Others

3  

Ajit Kumar Raut

Others

ସତ୍ୟର ବିଜୟ

ସତ୍ୟର ବିଜୟ

1 min
164


କାନୁନ ବନେଇ ଜନହିତ ପାଇଁ

ରାଜ୍ୟଲୋକ ସଭା ମଧ୍ୟେ

ସତ୍ତା ଦଳ ଆଉ ବିରୋଧୀ ବନାନ୍ତି

କାନୁନ ସଭାର ମଧ୍ୟେ।୧।

ଦେଖ ରାଷ୍ଟ୍ରବାଦି ଦେଶବାସୀ ଆମ

ବିରୋଧ କରନ୍ତି ଦଳ

ପୁରୁଣା ଦଳର ସତ୍ତାର କାମନା

କାନୁନ ନ ମାନେ ଦଳ।୨।

କୃଷି କାନୁନକୁ କଳା କାନୁନର

ଉପାଧି ଦିଅନ୍ତି ଦଳ

ସମ୍ବିଧାନ ପ୍ରତି ଆଦର ନାହିଁଟି

ବିରୋଧ କରନ୍ତି ଦଳ।୩।

ଏତେ ଦିନ ପରେ କୄଷିନୀତି ହେଲା

କୄଷକ ଉନ୍ନତି ପାଇଁ

ଦୁଇ ଗୁଣ ଲାଭ ପାଇବେ କୄଷକ

ଦେଶର ଉନ୍ନତି ପାଇଁ।୪।

କୄଷକ କାନ୍ଧରେ ବନ୍ଧୁକ ଦେଇଣ

ବିରୋଧୀ କରେ ବିରୋଧ

ଲଜ୍ଜା ନାହିଁ ତିଳେ ଲାଲ୍ ଦୁର୍ଗେ ଚଢି

କରନ୍ତି ଦେଶ ବିରୋଧ।୫।

ରାଷ୍ଟ୍ରୀୟ ପତକା ଅପମାନ ହୁଏ

ତିଳେ ଚିନ୍ତା ନାହିଁ ତାଙ୍କ

ଧାର୍ମିକ ପତକା ଟାଙ୍ଗୁଛନ୍ତି ତହିଁ

ସତ୍ତା ଲୋଭ ଅଟେ ତାଙ୍କ।୬।

ଦେଖ ଦେଶପ୍ରେମୀ ନିସ୍ବାର୍ଥ କର୍ମର 

ବିଜୟୀ ଆଜି ହୋଇଲା

ବାସ୍ତବ କୄଷକ ସତ୍ୟର ବିଜୟ

ଆଜିଟି ଦେଶ ଦେଖିଲା।୭।

ନକଲି କୄଷକ ନକଲି ନେତାଙ୍କ

ପରାଜୟଟି ହୋଇଲା

ମହା ସଗ୍ରାମଟି ଟ୍ରେକଟ୍ଟର ଯୁଦ୍ଧ

ସବୁ ଦିନ ପାଇଁ ଗଲା।୮।

କୄଷିନୀତି ପାଇଁ ବିରୋଧ ନ ଥିଲା

ଥିଲା ମୋଦି ବିରୋଧ

କୄଷକଙ୍କ ପାଇଁ ବିରୋଧ ନ ଥିଲା

ଥିଲାଟି ଦେଶ ବିରୋଧ।୯।

ଗଣତନ୍ତ୍ର ଦିନ ରାଷ୍ଟ୍ରୀୟ ଦିନଟି

ମନ୍ତ୍ରଣା ଚାଲେ ଶତ୍ରୁଙ୍କ

କୄଷିନୀତି ନୁହେଁ ଦେଶ ବିରୋଧଟି

ଥାଏ ଦେଶ ଶତ୍ରୁଙ୍କ।୧୦।

କାନୁନ ବନେଇ ଜନହିତ ପାଇଁ

ରାଜ୍ୟ ଲୋକ ସଭା ମଧ୍ୟେ

ସତ୍ତା ଦଳ ଆଉ ବିରୋଧୀ ବନାନ୍ତି

କାନୁନ ସଭାର ମଧ୍ୟେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍