STORYMIRROR

Nrusingha Narayan Tripathy

Others

4  

Nrusingha Narayan Tripathy

Others

ସତ୍ୟମ ଶିବମ ସୁନ୍ଦରମ

ସତ୍ୟମ ଶିବମ ସୁନ୍ଦରମ

1 min
294


ସଦା ସୁନ୍ଦରମ ସତ୍ୟମ ଶିବମ 

ଶିବାନୀ ସନାତନମ

ଶଶୀଧର ଶିବ ସଂହାର ଶଙ୍କର

ସଦାଶିବ ନମୋନମ ll


ଦେବଙ୍କର ଦେବ  ପ୍ରଭୁ ମହାଦେବ

ଭୈରବ ଭୂ ଧରାଧର

ଆଶୁତୋଷ ନାଥ  ପାର୍ବତୀଙ୍କ କାନ୍ତ

ଜଟାଧାରୀ ଗଙ୍ଗାଧର ll


ଶୁଦ୍ଧ ପୂତ ମନେ  ପବିତ୍ର ଜାଗରେ

ଭକ୍ତି ଭାବେ ଦୀପ ଜାଳେ

ମନର ତମସା ଦୂରୀଭୂତ ଆଶା

ଶିବ ମୁଣ୍ଡେ କ୍ଷୀର ଢାଳେ ll


ସତ୍ୟ ଚିରନ୍ତନ   ଧର୍ମ ଶିବ ଜାଣ

ସଂସାରରେ ମହାସତ୍ୟ

ଶିବ ହିଁ ସୁନ୍ଦର   ବାବା ମହେଶ୍ୱର

ବିନାଶ କର ଅସତ୍ୟ ll


ରକ୍ଷାରେ ସଂସାର  କଲ ବିଷ ପାନ 

ନୀଳକଣ୍ଠ ଦୟାଵାନ

ହୃଦୟ  ସୁନ୍ଦର  ଆଶୀର୍ବାଦେ ନର 

ହୋଇଥିଲେ ସମର୍ପଣ ll


ତୃତୀୟ ନୟନ  ଖୋଲ ତ୍ରିଲୋଚନ

ଦହନ କର ଅଜ୍ଞାନ

ଜ୍ଞାନର ସାରଥୀ ସଦା ସାଥି ହୋଇ

ଦିଅ ପ୍ରଭୁ ସଦଜ୍ଞାନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍