ସତ୍ୟ
ସତ୍ୟ
1 min
251
ଯୁକ୍ତ ବିଯୁକ୍ତର ସମର
ଏଥି ମଧ୍ୟେ ସବୁକ୍ଷେତ୍ରେ
ଆକାଶକୁ ଛୁଇଁବାର ଅଦମ୍ୟ ଆଶା
କେତେକାଂଶେ ସଫଳ
ବହୁତବାର ଘଟେ ନିରାଶା
ପରିଶ୍ରମର ଫଳ ପ୍ରାପ୍ତିର ଅବଦମିତ ଇଛା
ଭୁଲିଯାଏ
ଅଦୃଶ୍ୟରେ ଘଟିଯାଏ କେତେଯେ ହତାଶା
ପ୍ରକୃତି କରେ ପ୍ରତିରୋଧ
କାରଣ ଏହା ସମୟର ନିୟମରେ ବନ୍ଧା
ପାର୍ଥିବତା ସହିତ ଆତ୍ମିୟତା
ସେଥିରୁ ପୁଣି ଆରାମ ପାଇବାର ଆକାଂକ୍ଷା
ଭୁଲିଯାଏ ପ୍ରକୃତି ସର୍ବ ଶକ୍ତିମାନ
ଜଳବାୟୁ,ବାତ୍ୟା, ବନ୍ୟାର ସତର୍କ ଘଣ୍ଟି
ଶୁଣିକି ନଶୁଣିବାପରି ରହେ କୁପ ମଣ୍ଡୁକ ସମାନ
କବିତା ହୋଇଯାଏ ରେଳଗାଡ଼ିର ଶବ୍ଦ ମଧ୍ୟେ
ଶିଶୁର କୁଆଁ କୁଆଁ ରାବ
