STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ସତ୍ୟ

ସତ୍ୟ

1 min
196


 ଦଶରଥ ସତ୍ୟବଦ୍ଧ କୈକେୟୀ ସମୀପେ

ସେହି ସତ୍ୟ ପାଳି ରାମ ଗଲେ ବନବାସେ ।।


ବୈଦେହୀ, ଭାଇ ଲକ୍ଷ୍ମଣ ସହିତ ଶ୍ରୀରାମ

ଚଉଦ ବର୍ଷ ବନସ୍ତେ କାଟାଇଲେ ଦିନ ।।


ରାମାୟଣ କାହାଣୀ ୟେ ନିତ୍ୟ ନୂତନ

ଅଧର୍ମ ପରେ ବିଜୟ ମରିଲା ରାବଣ ।।


ସତ୍ୟବ୍ରତ ସତ୍ୟ ପାଳି ଚିର ବ୍ରହ୍ମଚର୍ଯ୍ୟ

ଜଗତେ ଭାସ୍ଵର ଆଜି ସେହି ନାମ ଭୀଷ୍ମ ।।


ଧର୍ମସୁତ ଯୁଧିଷ୍ଠିର ଯେ ସତ୍ୟ ପୁରୁଷ

ତେଣୁ ,ସ୍ଵଦେହେ ସରଗେ ଯାଇ କଲେ ବାସ ।।


ବଉଳା ଗାଈ କାହାଣୀ ସତ୍ୟ ପରେ ତାର

ବିଜୟ ହୋଇଲା, କ୍ଷୁଧାର୍ଥ ଛାଡିଲା ଆହାର ।।


ସତ କହିବାକୁ ଡରି ମିଥ୍ୟା ର ଆଶ୍ରୟ

ସତ କହି ମଲେ ମରିବି ନାହିଁ ତିଳେ ଭୟ ।।


ସତ୍ୟେ ସୂର୍ଯ୍ୟ,ଚନ୍ଦ୍ର ଢାଳନ୍ତି ଉଜ୍ଵଳ କିରଣ

ସତ୍ୟ ବଳେ ଝରେ ବହେ ବରଷା ପବନ ।।


ସତ୍ୟ ଚିରନ୍ତନ ଆମ୍ଳାନ ସତ୍ୟ ମଙ୍ଗଳ

ସତ୍ୟ ସନାତନ ଅଭୟ ନତ୍ୟ ଉଜ୍ଵଳ ।।


ସତ୍ୟ ପଥେ ନିଅ ପ୍ରଭୁ ନିଅ ଧର୍ମ ପଥେ

ଭସାଅ ପରାଣ ମୋର ତବ ପ୍ରେମ ଶ୍ରୋତେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍