ସତ୍ୟ ଲେଖା - ୨
ସତ୍ୟ ଲେଖା - ୨
1 min
211
ରୂପସୀ ପ୍ରେୟସୀ ସମ ବୟସୀ ସୁପ୍ରିୟା,
ତମ କଥା ଭାବି ଦେଲେ ଥରିଉଠେ ହିୟା ।
ହୃଦୟ ନିଭୃତ କୋଣେ ଖେଳେ ଶୀହରଣ,
ତମ କଥା ଯେବେ ସତୀ କରେ ମୁଁ ସ୍ମରଣ ।
ସୁଶୀଳା ଅପ୍ସରୀ ଚିତ୍ରଲେଖା ତୁମେ ପ୍ରିୟା,
ଭଲ ଲାଗେ ତମ ସାଥେ ଭାବ ଦିଆ - ନିଆ ।
ଅମୃତମୟୀ ତୁମେ ମୋ କାବ୍ଯ ସ୍ମୃତି ଧାରା,
ତୁମ ସ୍ପର୍ଶ ସତେ ସତୀ ଦିବ୍ଯ ଅପାଶୋରା ।
