Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Umashankar Satpathy

Others

3  

Umashankar Satpathy

Others

ସତ୍ୟ ବନ୍ଧୁତାର

ସତ୍ୟ ବନ୍ଧୁତାର

1 min
236



ରଙ୍ଗ ଭରା ତୂଳୀ 

ଆଙ୍କିପାରେ

କେତେ ଯେ ଛବି

ପ୍ରଚ୍ଛଦ ପୁଣି ଅକୁହା କାହାଣୀ

ରଚିପାରେ କେତେ ଯେ ରଚନା 

ଭାବହୀନ ଅବ୍ୟକ୍ତ ବେଦନା 

ଅବା ସୁଖୀ ଜୀବନର ରମ୍ୟ 

ଆଙ୍କିପାରେ କେତେ ଯେ କଳ୍ପନା 

ହୃଦୟରୁ ଗୁଞ୍ଜରିତ ଧ୍ଵନିପ୍ରତିଧ୍ଵନି

ଗାରେଇ ହୋଇ ଚାଲନ୍ତି

ରଙ୍ଗସିକ୍ତ ଥୁଣ୍ଟା ମୁଣ୍ଡା 

ପରିଣତ ତୂଳୀରେ

ଏକ ପଲ୍ଲବିତ 

କୋମଳ ସ୍ପର୍ଶରେ...

କିନ୍ତୁ କେବେ ଦିଅନ୍ତନି ଆଘାତ କାହା ମାନ ସମ୍ମାନରେ

କିମ୍ବା ସଜାଇ ରଖିନଥାନ୍ତି

ମଖମଲ୍ ବିଛଣା

ସମବେଦନା ସାଉଣ୍ଟିବାର

ଭାଣ୍ଡବାଣୀ ନମ୍ର ବଚନରେ

ଥରେ ଯଦି ହେଜନ୍ତ କି ବନ୍ଧୁ !!

ଯାହା ଦେଖ ସ୍ୱଚ୍ଛ ଆଇନାରେ

ତାହା କିବା 

ଅଙ୍ଗେନିଭା ସ୍ୱାକ୍ଷର

ସେଇ ସରଳ 

ତମେ ଧୋକା ଦେଇଥିବା ବାନ୍ଧବୀ ଲୁହର!!!


Rate this content
Log in