STORYMIRROR

KRUTIBAS NAYAK

Others

3  

KRUTIBAS NAYAK

Others

ସତ୍ୟ ବଚନ

ସତ୍ୟ ବଚନ

1 min
159


ସବୁଠାରୁ ବେଶି ଦୋଷ-ତ୍ରୁଟିଥାଏ ସରକାରୀ କଳ କାମରେ,

ଭୋଟର କାର୍ଡ ଚିକ୍କଣ ଚାକ୍କଣ ଭୁଲଟି ଥିବ ନାମରେ |


ଭୋଟର ତାଲିକା ଦେଖିଲେ ଭୋଟର ନିଶ୍ଚୟ ପାଗଳ ହୋଇବ,

ନିଜନାମ ଖୋଜି ବୁଥ ଖୋଜିବ ପାଇଗଲେ ଭାଗ୍ୟ କହିବ |


ପାଖ ପଡ଼ୋଶୀଙ୍କ ନାମ ଥିବ ଯଦି ପାଖରେ ଥିବା ସ୍କୁଲରେ,

ତୁମନାମ ଥିବ ଅଜଣା ଜାଗାରେ ଲେଖାଥିବ ନିଶ୍ଚେ ଭୁଲରେ |


ଯେତେଥର ନାମ ଠିକଣା ନେଲେ ବି ଫର୍ମ କରିବା ପୂରଣ,

ନିର୍ବାଚନ ବେଳେ ରାଜନୀତି ବାଲା କହିବେ ମଧୁର ବଚନ |


ସାଇଟ ରହିଛି କାମକରେ ନାହିଁ ମିଳେନାହିଁ କେବେ ଉତ୍ତର,

ନାମ ନ ଥିବାରୁ ଭୁଲ ହେବାରୁ ଗାଳି ଖାଉଥାଏ ମାଷ୍ଟର |


ବିଡ଼ା ବିଡ଼ା କାର୍ଡ ପଡ଼ି ରହିଥିବ ଜିଲ୍ଲାପାଳ ଅଫିସରେ,

ଥାକଥାକ କାର୍ଡ ଖୋଲା ପଡ଼ିଆରେ ଆଉ କିଛି ଗାଡ଼ିଆରେ |


ଭୋଟର ଭକୁଆ ଧାଇଁ ଧାଇଁ ମରେ ପାଏନା କାହା ଠିକଣା,

ଭୋଟ ଦେବାରୁ ବଞ୍ଚିତ ଲୋକଟି ହୋଇଯାଏ ବାଟବଣା |



Rate this content
Log in