ସତ୍ୟ ଅସତ୍ୟ ସତ୍ୟ
ସତ୍ୟ ଅସତ୍ୟ ସତ୍ୟ
ସମୟର ଗତି ଶୂନ୍ୟ କରାମତି ଶୂନ୍ୟରୁ
ଝରିବା ଜଳ,
ଯେଉଁ ଜଳପାଇଁ ଜୀବନଟା ଖାଲି ଡହଳ ବିକଳ ସାରୁପତ୍ରେ ଢଳଢଳ।
ସାରୁପତ୍ରୁ ଦେଖ ଫପାଡେ ଶୂନ୍ୟକୁ ଟେକା
ଟେକା ବୁଲୁଅଛି ଶୂନ୍ୟରେ ଶୂନ୍ୟରେ,
ନିର୍ବୋଧ ମାନବ ସାରୁପତ୍ରେ ରହି ଶୂନ୍ୟକୁ
ଅନାଇଁ ମଥା ପାତୁଅଛି ଟେକା ପଡୁ ମଥାପରେ ।
ଅସହ୍ୟ ଝାଞ୍ଜିକୁ ତିଅ୍ରାରି କରିସେ
ବାସନ୍ତୀ ମଳୟ ଖୋଜେ ,
କୋମଳ ଝାଞ୍ଜିକୁ ସମ୍ଭାଳି ନପାରି ଖରାଖରା ବୋଲି ଭଜେ ।
ସାଉଁଟୁଚି ଫୁଲ ସାଉଁଟୁଚି ଧନ ସୁନ୍ଦର ଯୌବନ ଯୌବନାରମ୍ଭରେ ,
ଜାତିଧର୍ମ ଖାଲି ମିଛରେ ବୋହିଛି ପଡି ସୋଶକ ଗୋଷ୍ଠୀ ପ୍ରେମରେ ।
ମାୟାରେ ପଡିସେ ବାୟାହୋଇଲାଣି
ଘୋରଜଙ୍ଗଲକୁ ସଫାକରିଦେଇ ,
ଶାନ୍ତିଦାୟକକୁ ନିତି ଖୋଜିଲାଣି
ଶାନ୍ତିଦାୟକ ସେ କେବେଠୁଁ ସଂସାରୁ ଗଲାଣି ।
